ବିଜ୍ଞାନ ଶିକ୍ଷକଙ୍କ ପରଲୋକ ଶିକ୍ଷକ ମହଲରେ ଶୋକର ଛାୟା ।

ପୋଲସରା,୦୩/୦୬(ପିପିଟି), ଆଜି ଅର୍ଥାତ ତା – ୦୩/୦୬ ଗୁରୁବାର ଦିନ ପୋଲୋସରା ବ୍ଳକ ମଧୁପଲ୍ଲୀ ଗ୍ରାମ ସ୍ଥିତ ଗୋପୀନାଥ ସ୍ୱାମୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ୫୪ ବର୍ଷୀୟ ଶିକ୍ଷକ ସି.ଏଚ. ସତ୍ୟନାରାୟଣ ନାୟକଙ୍କ ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ରୁ ଜଣାପଡ଼ିଛି ଯେ ଗତ ତା – ୦୨/୦୬/୨୦୨୧ ବୁଧବାର ମଧ୍ୟରାତ୍ର ସମୟରେ ପୋଲୋସରା ୧୮ନଂ ୱାର୍ଡ ଅବନ୍ତିନଗର ସ୍ଥିତ ନିଜର ବାସ ଗୃହରେ ହଠାତ ସ୍ବାସ୍ଥ୍ୟ ଅସୁସ୍ଥ ହେବାରୁ ତାଙ୍କୁ ପରିବାରଲୋକେ ଭୋର ପ୍ରାୟ ୪ଟା ସମୟରେ ପୋଲୋସରା ସ୍ଥିତ ସରକାରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ସକାଳ ପ୍ରାୟ ୫ଘଣ୍ଟା ସମୟରେ ଶିକ୍ଷକଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ପରେ ତାଙ୍କ ମରଶରୀରକୁ ବାସଗୃହକୁ ଅଣାଯିବାପରେ ପୂର୍ବାହ୍ନ ସମୟରେ ନିକଟସ୍ଥ ଶ୍ମଶାନ ଘାଟରେ ସଂସ୍କାର କରାଯାଇଥିଲା । ଶିକ୍ଷକ ନାୟକ ଗଂଜାମ ଜିଲ୍ଲା ବ୍ଳକଗ୍ରାଣ୍ଡ ଶିକ୍ଷକ ସଂଘର ସଭାପତି ଥିଲେ ତାଙ୍କର ପରଲୋକରେ ବିଭିନ୍ନ ଶିକ୍ଷକ ସଙ୍ଘର କର୍ମକର୍ତ୍ତା ମନଙ୍କ ସମେତ ଶିକ୍ଷକ ମହଲରେ ଶୋକରଛାୟା ଖେଳି ଯିବା ସହ, ଆମର ଆତ୍ମାର ସଦ ଗତି କାମନା ଏବଂ ଶୋକଶନ୍ତପ ପରିବାରପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ତାଙ୍କର ସହଧର୍ମିଣୀ ଜଣେ ସରକାରୀ ଶିକ୍ଷତ୍ରୀ ଥିବା ବେଳେ ପରିବାର ରେ ଜଣେ ପୁତ୍ର ଓ ଝିଅ ଅଛନ୍ତି ।(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment