ବିଜେପି ର ୧୦୦ ଦିନରେ କେବଳ କିଛି ରଙ୍ଗ ବଦଳିଛି: ପ୍ରୀତିରଞ୍ଜନ ଘଡେଇ ।

ଯାଜପୁର,୧୯/୦୯(ପିପିଟି): ଓଡ଼ିଶାରେ ୧୦୦ ଦିନରେ ବିଜେପି ସରକାର ପହଁଚିଛି । ଯାହାକୁ ନେଇ ଆଜି ପୁରୀରେ ଶହେ ଦିନ ପୂର୍ତ୍ତି ଅବସରରେ ଏକ ବିଶାଳ ସମାବେଶରେ ଆୟୋଜନ କରିଛି ବିଜେପି । ଅନ୍ୟପଟେ ସରକାରର ୧୦୦ ଦିନକୁ ଟାର୍ଗେଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ। ତାଙ୍କ ମତରେ ଓଡିଶାରେ ବିଜେପି ସରକାରର ଏହି ଶହେ ଦିନରେ କିଛି ଖାସ୍ ପରିବର୍ତ୍ତନ ହୋଇନି । ନବୀନ ବାବୁ ଯେଉଁ ବିକାଶ କରିଥିଲେ ସେଥିରେ କେବଳ ନୂଆ ସରକାର ରଙ୍ଗ ବଦଳାଇଛି ବୋଲି ପ୍ରୀତିରଞ୍ଜନ କହିଛନ୍ତି । ଏହା ସହିତ ଆମ ନବୀନ ବାବୁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି ଯାହାକି ଆପଣ ମାନେ ବିଭିନ୍ନ ସୋସିଆଲ ମିଡ଼ିଆରେ ଦେଖିଥିବେ ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ।)

Comments (0)
Add Comment