ବିଜେପି ପକ୍ଷରୁ ୭୫ ଫୁଟର ତ୍ରିରଙ୍ଗା ପଦଯାତ୍ରା ।

ଭଞ୍ଜନଗର,୧୪/୦୮(ପିପିଟି) : ଦେଶ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦେଶ ବ୍ୟାପି ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି।ଯାହା ଫଳରେ ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବା ନିମନ୍ତେ ସରକାର ସ୍ଥିର କରିଛନ୍ତି।ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସର ରେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଜାରି ରହିବ। ଏଥି ନିମନ୍ତେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭଞ୍ଜନଗର ବିଜେପି ପକ୍ଷରୁ ରବିବାର ସନ୍ଧ୍ୟାରେ ସହର ରେ ୭୫ ଫୁଟର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ବାଉଁଶଲୁଣ୍ଡି ଠାରୁ ବାହାରି ମେନରୋଡ଼,ବସଷ୍ଟାଣ୍ଡ, ଭେଜିପୁଟ, ଲଣ୍ଡେଇସାହି ଛକ ଦେଇ ଖାଲାସାହି ଠାରେ ଶେଷ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଘୁମୁସର ଜିଲ୍ଲା ବିଜେପି ଉପସଭାପତି ଅଯୋଧ୍ୟାନାଥ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ବରିଷ୍ଠ ନେତା ବିନାୟକ ତ୍ରିପାଠୀ, ସନ୍ତୋଷ ତିଆଡ଼ି,ଶିବ ପ୍ରସାଦ ମହାପାତ୍ର, ରବୀନ୍ଦ୍ର କୁମାର ଗୌଡ଼,ଉଦ୍ଧବ ମିଶ୍ରଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment