ବିଜେପି ପକ୍ଷରୁ ସ୍ବାଧୀନତା ଦିବସ ପାଳନ ଓ ସ୍ୱାସ୍ଥ୍ୟ ଆପ ‘ସହାୟ’ ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ବୈଠକ ।

ବ୍ରହ୍ମପୁର,୧୪/୦୮(ପିପିଟି);ଭାରତୀୟ ଜନତା ପାର୍ଟି,ଗଞ୍ଜାମଜିଲ୍ଲା ପକ୍ଷରୁ ଶୁକ୍ରବାର ଦିନ ଗାନ୍ଧୀ ନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆସନ୍ତା କାଲି ହେବାକୁ ଥିବା ସ୍ବାଧୀନତା ଦିବସ ପାଳନ ଏବଂ ଏକ ସ୍ବାସ୍ଥ୍ୟ ସେବା ସମ୍ବନ୍ଧୀୟ ଆପ୍ ‘ସହାୟ’ ଉଦ୍‌ଘାଟନ ବିଷୟରେ ଆଲୋଚନା ହୋଇଥିଲା ।ଏହି ଆପ୍ ଜରିଆରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସବଡିଭିଜନ ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକ ମାଗଣାରେ ଔଷଧ,ଆମ୍ବୁଲାନ୍ସ ସେବା,ମହାପ୍ରୟାଣ ସେବା,ସ୍ବୀକୃତି ପ୍ରାପ୍ତ ଡାକ୍ତର ମାନଙ୍କ ଦ୍ଵାରା ଟେଲି ମେଡିସିନ୍ ର ସୁବିଧା ପାଇପାରିବେ ।ଏଥି ନିମନ୍ତେ ଏକ ଟୋଲ୍ ଫ୍ରୀ ନମ୍ବର ୧୮୦୦୧୦୨୨୧୩୫ କୁ ଆସନ୍ତା କାଲି ସକାଳ ୯ ଘଣ୍ଟା ସମୟରେ ଜାରୀ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ସଭାପତିତ୍ବ କରିଥିବା ବେଳେ,ଅତିଥି ଭାବେ ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର ଯୋଗ ଦେଇଥିଲେ ,ଜିଲ୍ଲାର ବରିଷ୍ଠ ନେତା କାହ୍ନୁ ଚରଣ ପତି,ଶରତ ସାହୁ,ପ୍ରଭାତ ଷଢଙ୍ଗୀ,ଡ.ସୁବାଷ ସାହୁ,ଡ.ଅମୂଲ୍ୟ ଚୌଧୁରୀ,ବିଷ୍ଣୁ ପଣ୍ଡା,ଏନ ରାଜେନ୍ଦ୍ର କୁମାର,ସିଦ୍ଧାନ୍ତ ଗଙ୍ଗଦେବ,ମଦନମୋହନ ପାତ୍ର,ରାମ କୁମାର ପାତ୍ର,ରାଜିବ ଲୋଚନ ମିଶ୍ର,କିରଣ କୁମାର ସାହୁ,ଶିବ ଶଙ୍କର ଶତପଥୀ,ଆଲୋକ ଶତପଥୀ,ଶିବ ପ୍ରସାଦ ପାତ୍ର,ମଧୂ ସୁଦନ ସାହୁ,କମଲ ପାତ୍ର,ସୋମନାଥ ପାତ୍ର,ସୁରେଶ ରେଡ୍ଡି ଓ ଜଗଦୀଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment