ବିଜେପି ପକ୍ଷରୁ ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ।

ବ୍ରହ୍ମପୁର,୨୬/୦୪(ପିପିଟି)ଆଜି ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମହାନଗର ପକ୍ଷରୁ ୨୦୨୨ ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ଏକ “ସମୀକ୍ଷା ବୈଠକ” ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ଥାନୀୟ ହୋଟେଲ ମୟୁରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର , ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ନୀଳମଣି ବିଶୋୟୀ , କାହ୍ନୁ ଚରଣ ପତି , ସରୋଜ ସାବତ , ପ୍ରଭାତ କିରଣ ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ରହି ପ୍ରତ୍ୟକ ୱାର୍ଡର ଫଳାଫଳକୁ ନେଇ ପାର୍ଥି ଏବଂ କାର୍ଯକର୍ତ୍ତାଙ୍କ ସହ ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀ ମାନଙ୍କ ଶାସକ ଦଳ ପ୍ରତି ଅହେତୁକ ସାହାଯ୍ୟ ବିଜୁ ଜନତା ଦଳ ବିଜୟ ପଥ ପରିସ୍କାର କରିଥିଲେ ବୋଲି ସମସ୍ତ ପାର୍ଥି ରାଜ୍ୟ ନେତୃବୢନ୍ଦଙ୍କ ଠାରେ ଅଭିଯୋଗ କରିଥିଲେ । ଏଥିରେ ଡ଼ି.କରୁଣାକର , ପ୍ରଦୀପ କୁମାର ଶତପଥି , ନୀଳକଣ୍ଠ ସାହୁ , ରଞ୍ଜିତା ବେହେରା , ସବିତା ସାହୁ , ବନିତା ସାହୁ , ସାବିତ୍ରୀ ନାୟକ ବ୍ରହ୍ମପୁର ମହାନଗରରେ ଜିତିଥିବା ସାତ ଜଣ କର୍ପୋରେଟରଙ୍କ ସମେତ ସମସ୍ତ ପାର୍ଥି , ଭାବଗ୍ରାହୀ ପାଳ , ସରୋଜ ପାତ୍ର , ବିନାୟକ ରଥ , ସତ୍ୟନାରାୟଣ ବସନ୍ତିଆ ପ୍ରମୁଖ ମଣ୍ଡଳ ସଭାପତି , ଜିଲ୍ଲାର ବରିଷ୍ଠ ନେତା ପ୍ରବୀର ପାତ୍ର , ନୀରଞ୍ଜନ ପାଣିଗ୍ରାହୀ , ରାମ କୁମାର ପାତ୍ର , ସୁନିଲ କୁମାର ସାହୁ , ଡ଼.ଅମୁଲ୍ୟ ଚୌଧୁରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment