ବିଜେପି ନେତା ଗୌତମ ରାୟ ବିରଜା ମନ୍ଦିରର ବିକାଶ ଓ ସେବାୟତଙ୍କ ସମସ୍ୟା ନେଇ ଆଲୋଚନା ।

ଯାଜପୁର,୦୭/୦୯(ପିପିଟି): ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମକେଇପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ନେତା ଗୌତମ ରାୟ ମା’ ବିରଜା ମନ୍ଦିରର ସେବାୟତମାନଙ୍କ ସହ ସାକ୍ଷାତ କରି ମନ୍ଦିରର ବିଭିନ୍ନ ସମସ୍ୟା ଓ ସେବାୟତଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନା ସମୟରେ ମା’ ବିରଜାଙ୍କ ପୀଠର ଐତିହ୍ୟ, ପରମ୍ପରା ଓ ମର୍ଯ୍ୟାଦାକୁ ସୁରକ୍ଷିତ ରଖିବା ସହ ମନ୍ଦିରର ସର୍ବାଙ୍ଗୀନ ବିକାଶ ଏବଂ ସେବାୟତମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମନ୍ଦିରର ଉନ୍ନତି, ପୀଠର ଐତିହ୍ୟର ସୁରକ୍ଷା ଏବଂ ଭକ୍ତମାନଙ୍କ ପାଇଁ ଅଧିକ ସୁବିଧା ସୃଷ୍ଟି କରିବା ଦିଗରେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବା ନେଇ ଆଲୋଚନାରେ ସକାରାତ୍ମକ ମତ ପ୍ରକାଶ ପାଇଥିଲା। ମା’ ବିରଜାଙ୍କ ଆଶୀର୍ବାଦରେ ପବିତ୍ର ପୀଠର ବିକାଶ ଓ ଭକ୍ତମାନଙ୍କ ସୁବିଧା ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ଗୌତମ ରାୟ ସଂକଳ୍ପବଦ୍ଧ ବୋଲି କହିଥିଲେ।

Comments (0)
Add Comment