କବିସୂର୍ଯ୍ୟନଗର,୩୦/୦୩(ପିପିଟି):କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଅଠଗଡପାଟଣାର ବିଜେପି ନେତା କୁନା ପାଇକରାୟ ଓରଫ ଲକ୍ଷ୍ମୀନାରାୟଣ ପାଇକରାୟଙ୍କୁ ରବିବାର ସକାଳ ସମୟରେ ପଥରାପଲ୍ଲୀ ଅଠଗଡପାଟଣା ରାସ୍ତାରେ ଗୁଳିକରି ହତ୍ଯା କରାଯାଇଛି। ହତ୍ୟାକାଣ୍ଡ ଘଟଣା ପଛର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତୃତା କରାଣରୁ ହୋଇଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି କୁନା ପାଇକରାୟଙ୍କୁ କବିସୂର୍ଯ୍ୟନଗର ମେଡିକାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ବିଜେପି ନେତା ସୀତାରାମ ପାଣିଗ୍ରାହୀଙ୍କ ସମେତ ସମର୍ଥକ ମାନେ ମେଡିକାଲରେ ପହଞ୍ଚିଛନ୍ତି। ମୃତ କୁନା ପାଇକରାୟଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ଜଣାପଡିଛି। ବିଜେପି ନେତା କୁନା ପାଇକରାୟଙ୍କ ହତ୍ଯା ଘଟଣା କବିସୂର୍ଯ୍ୟନଗର ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି। ପୁଲିସ ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ )