ବିଜେପି ଛାଡି ବିଜେଡି ରେ ସାମିଲ ହେଲେ କର୍ମୀ ।

ଯାଜପୁୁୁର,୧୮/୦୯(ପିପିଟି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ଅନୁପ୍ରାଣୀତ ହୋଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଆମ୍ପୋଳବା ପଞ୍ଚାୟତର ବିଜେପି ସମର୍ଥକମାନେ ବିିଜେଡିରେ ଯୋଗ ଦେଇଛନ୍ତି। ଏମାନଙ୍କ ଯୋଗଦାନ ଫଳରେ ଆମ୍ପୋଳବା ପଞ୍ଚାୟତରେ ବିଜେଡିର ସଂଗଠନ ଆହୁରି ମଜଭୁତ ହେବ ବୋଲି ବିଧାୟକ ଘଡ଼ାଇ କହିଛନ୍ତି।

Comments (0)
Add Comment