ମାଲକାନଗିରି ,୦୬/୧୦(ପିପିଟି): ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମସାପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜିର ପଦଯାତ୍ରା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବିଜୁ ଜନତା ଦଳର ଜିଲ୍ଲା ସଭାପତି , ପୂର୍ବତନ ବିଧାୟକ ଜନଜାତି ସେଲ୍ ରାଜ୍ୟ ଉପ ସଭାପତି ତଥା ବରିଷ୍ଠ ମୁଖପାତ୍ର ମାନସ ମାଡକାମୀ ଯୋଗ ଦେଇ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳର ନୀତି ଆଦର୍ଶ ଏବଂ ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣୀତ ହୋଇ ୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଅନ୍ୟ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ମାଡକାମୀ କହିଛନ୍ତି, ଆଜି ଓଡ଼ିଶା ଏକ ଅତ୍ୟନ୍ତ କଠିନ ପରିସ୍ଥିତି ଦେଇ ଗତି କରୁଛି। ନିଜକୁ “ଲୋକଙ୍କ ସରକାର” ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଶାସନରେ ସାଧାରଣ ଲୋକଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଲୋକଙ୍କ ହୃଦୟରେ ବିଜେଡି, ଲୋକଙ୍କ ସେବାରେ ବିଜେଡି । ଏ ବିଜେପି ସରକାରରେ ସବୁଠି ବିଫଳତା, ସବୁଠି କୁପରିଚାଳନା। ଲୋକେ କହିଲେଣି, ଓଡ଼ିଶା ବିଜେପି ସରକାର କୁପରିଚାଳନାରେ ବୋଧେ ବିଶେଷ ଦକ୍ଷତା ହାସଲ କରିଛି । ପିଲାଙ୍କ ପଢ଼ା ବହିରେ ହଜାର ହଜାର ଭୁଲ। କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ। ରାଜ୍ୟରେ ରାଜସ୍ୱ ସଂଗ୍ରହ କମୁଛି। ବଜେଟ୍ ବ୍ୟୟବରାଦ ଖର୍ଚ୍ଚ ହୋଇପାରୁନି। କିଛି କାମ ହେଉନାହିଁ। କିନ୍ତୁ ଋଣ ଭାର ବଢ଼ି ଚାଲିଛି। ଟଙ୍କା ଯାଉଛି କୁଆଡ଼େ , ଶେଷରେ ବିଜୁ ଜନତା ଦଳ ତା’ର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବ ବୋଲି ପ୍ରକାଶ କରିଥିଲେ। ଆଜିର ଜନ ସମ୍ପର୍କ ପଦଯାତ୍ରା ଅବସରରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ବିଜୁ ମହିଳା ରାଜ୍ୟ ସାଧାରଣ ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ନାୟକ , ବିଜେଡି ବରିଷ୍ଠ ନେତା ତଥ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ପାଣିଗ୍ରାହୀ , ଜିଲ୍ଲା ସଂଖ୍ୟଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା ,ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ , ବିଜେଡି ବରିଷ୍ଠ ନେତା ମଦନ ଖସଲା ,ଜିଲ୍ଲା ପରିଷଦ ସଭ୍ୟା ବିଜୟ ଲକ୍ଷ୍ମୀ ପଡ଼ିଆମୀ , କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି ,କରୁକୋଣ୍ଡା ବ୍ଲକ ସଭାପତି ତ୍ରିଲୋଚନ ଚୌଧୁରି ,ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ ,ବାଲିମେଳା ଏନ୍ ଏ ସି ସଭାପତି ରାଜେନ୍ଦ୍ର କୂଳଦୀପ , ବିଜେଡି ବରିଷ୍ଠ ନେତା ଧନୁର୍ଜୟ ହନ୍ତାଳ ,ବିଜେଡି ବରିଷ୍ଠ ନେତା ମାଧବ ସାବତ ପ୍ରମୁଖ ଯୋଗ ଦେଇ ଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)