ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ, ବିଜେଡି ଛାଡିଲେ(ସରପଞ୍ଚ,ସମିତିସଭ୍ୟା,ନାଏବ ସରପଞ୍ଚ ଓ ଓ୍ବାର୍ଡ ମେମ୍ବର)।

ପୋଲସରା,୦୮/୦୩ (ପିପିଟି) :ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେପି ଆସିବା ଦିନ ଠାରୁ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ବିଜେପି ସାମିଲ ହେବା କ୍ରମାଗତ ଭାବେ ଚାଲିଥିବା ବେଳେ କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ସୋଡକ ପଞ୍ଚାୟତରେ ଏକ ବଡ ଧରଣର ମିଶ୍ରଣ ପର୍ବ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଜେଡିରେ ସାମିଲ ହୋଇଥିବା ସରପଞ୍ଚ ଉତ୍କଳ ପ୍ରଧାନ ଓ ସମିତିସଭ୍ଯା,ନାଏବ ସରପଞ୍ଚ ସହିତ କିଛି ଓ୍ବାର୍ଡ ମେମ୍ବର ଦଳ ପରିତ୍ୟାଗ କରି ବିଜେପି ସାମିଲ ହୋଇଛନ୍ତି। ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତ ରେ ସୋଡକ ପଞ୍ଚାୟତ ଖେଳ ପଡିଆରେ ବିଜେପି କର୍ମୀ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଦଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜେପିର ଯୁବ ନେତା ପୃଥିବୀରାଜ ଭଞ୍ଜଦେଓ ଙ୍କ ତତ୍ତ୍ଵାବଧାନ ଓ ସରପଞ୍ଚ ଉତ୍କଳ ପ୍ରଧାନଙ୍କ ନେତୃତ୍ୱରେ ସମିତିସଭ୍ଯା ଗୀତା ସେଠୀ,ନାଏବ ସରପଞ୍ଚ କୀରଣ ମହାରଣା, ଓ୍ବାର୍ଡ ମେମ୍ବର ଯୁଗଳ ନାହାକ, ଭିକାରୀ ପ୍ରଧାନ, କାହ୍ନୁଚରଣ ହୋତା, ରାମକୃଷ୍ଣ ନନ୍ଦ,ଶଶି ବେହେରା,ମିଟୁ ପ୍ରଧାନ ହୋଇଥିବା ବେଳେ ବିଜେଡି ଆଗଧାଡିର କର୍ମୀ ବିରେନ୍ଦ୍ର ଭଞ୍ଜଦେଓ, ଜିତେନ୍ଦ୍ର ସାହୁ, ରାମଚନ୍ଦ୍ର ପ୍ରଧାନ, ନାରାୟଣ ପ୍ରଧାନ, ଭିକାରୀ ଭଞ୍ଜ ସାମନ୍ତ, ରମେଶ ଚନ୍ଦ୍ର ପ୍ରଧାନ , ସୁଶାନ୍ତ କୁମାର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ,ସିମାଞ୍ଚଳ ମହାରଣା, ରବିନ୍ଦ୍ର ଭଞ୍ଜଦେଓ, ରାମଚନ୍ଦ୍ର ବେହେରା ସମେତ ବହୁ କର୍ମୀ ପଞ୍ଚାୟତର ଉନ୍ନତି ପାଇଁ ଦଳ ପରିତ୍ୟାଗ କରିଥିଲେ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ ପୂର୍ବକ ସମସ୍ତ ବିଜେଡି କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସମ୍ମାନର ସହ ବିଜେପି ଦଳରେ ସାମିଲ କରାଇଥିଲେ। ପୂର୍ବତନ ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବନେତା ଜଗନ୍ନାଥ ବାଢେଇ,ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ ଓ ରଘୁନାଥ ଭୂୟାଁ,ରାଜେନ୍ଦ୍ର ପାତ୍ର,ମୋତିରାମ ସାହୁ, ରାମକୃଷ୍ଣ ମହାପାତ୍ର,ରଘୁନାଥ ପଣ୍ଡା, କେଦାରନାଥ ମହାରଣା,ସଞ୍ଜିବ ପାତ୍ର,ଦୀପକ ପୋଲାଇ, ମହେଶ୍ୱର ପରିଡ଼ା, ପ୍ରଶ୍ନ ଡାକୁଆ, ରାମକୃଷ୍ଣ ପ୍ରଧାନ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment