ବିଜେଡି ସକ୍ରିୟ କର୍ମୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜିତ ।

କୋଦଳା,୧୫/୧୦(ପିପିଟି): ବେଗୁନିଆପଡା ବ୍ଲକ ଏସ ଛଚିନା ଠାରେ କବିସୂର୍ଯ୍ୟନଗର ବିଜୁ ଜନତା ଦଳ ପକ୍ଷରୁ ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱାବଧାନରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ତିନିଦିନ ଧରି ଆୟୋଜିତ ହେବାକୁ ଥିବାବେଳେ ଆଜି ରବିବାର ପ୍ରଥମ ଦିନରେ ଜୋନ ନଂ ୪୫,୪୬ ଓ ୪୭ ର କିଛି ପଞ୍ଚାୟତର ସକ୍ରିୟ ସଦସ୍ୟଙ୍କୁ ନେଇ ଆରମ୍ଭ କରାଯାଇଥିଲା । ଏହି ଶିବିରକୁ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଆସିଥିବା ରାଜ୍ୟ ବିଜୁ ଜନତା ଦଳ ମୁଖପାତ୍ର ଅମିତ ମଲିକ, ରାଜ୍ୟ ଛାତ୍ର ଜନତାଦଳ ସାଧାରଣ ସମ୍ପାଦକ ଦେବାଶିଷ ସ୍ୱାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସର୍ବ ପ୍ରଥମେ ବିଧାୟିକା ମାଷ୍ଟର ପ୍ରଶିକ୍ଷକଙ୍କ ପରିଚୟ ପ୍ରଦାନ କରି ଓଡ଼ିଶାର ମଉଡମଣୀ, ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ବିଷୟରେ ଅବଗତ କରାଇବା ସହିତ ଯିଏ ବି ପ୍ରାର୍ଥୀ ହୁଅନ୍ତୁ ଗତ ନିର୍ବାଚନ ଠାରୁ ଢେର ଅଧିକ ଭୋଟରେ ଜୟଯୁକ୍ତ କରି ଷଷ୍ଠ ଥର ପାଇଁ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସାଇବା ପାଇଁ ପ୍ରତିଶ୍ରୁତି ବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷକ ଅମିତ ମଲିକ ଓ ଦେବାଶିଷ ସ୍ୱାଇଁ ପ୍ରଶିକ୍ଷକ ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଜନହିତକର ଯୋଜନା ବିଷୟରେ ପ୍ରତ୍ୟେକ କର୍ମୀ ଅବଗତ ହୋଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ କେନ୍ଦ୍ରୀୟ ଅବହେଳା ବିରୋଧରେ ବ୍ୟାପକ ଜଣସଚେତନତା ଉପରେ ଗୁରତ୍ୱ ଦେଇଥିଲେ । ଓଡିଶା ବିପର୍ଯୟ ପରିଚାଳନା କ୍ଷେତ୍ରରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ବିଜୁ ଜନତା ଦଳ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁଆଁ ସଂଜୀବନୀ ହୋଇଛି । ବିଜୁ ସେତୁ ଯୋଜନା ସମ୍ପର୍କ ର ନୁଆଁ ସେତୁ ଗଢିଛି! “ଆମ ଓଡିଶା, ନବୀନ ଓଡିଶା “ପଞ୍ଚାୟତ ଭିତ୍ତିଭୂମିକୁ ସୁଦୃଢ କରିଛି । ଗମନା ଗମନ ଓ ସଡ଼କ କ୍ଷେତ୍ରରେ ଅନ୍ୟ ରାଜ୍ୟଠାରୁ ଓଡିଶା ଯଥେଷ୍ଟ ଆଗରେ,ଓଡିଶା ରେ ବିଦେଶର ବଡ଼ ବଡ଼ କମ୍ପାନୀ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି,ନୂତନ ଓଡିଶା ବା ସ୍ୱପ୍ନର ଓଡିଶା ଗଢି ତୋଳିବାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ବିନ୍ଧାଣି ସାଜିଛନ୍ତି ବୋଲି ପ୍ରଶିକ୍ଷକ ପ୍ରକାଶ କରିଛନ୍ତି ।ପ୍ରଶିକ୍ଷଣ ନେଉଥିବା ସକ୍ରିୟ ସଦସ୍ୟ ମାନେ ବିଭିନ୍ନ ଯୋଜନା ସମ୍ପର୍କ ରେ ଅବଗତ ହୋଇ ଏହି ବର୍ତ୍ତକୁ ଘରେ ଘରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ,ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବର୍ତ୍ତମାନ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରେ ହୋଇଥିବା ବିକାଶ କାର୍ଯ୍ୟଗୁଡିକୁ ଦେଖି ବିଧାୟିକା ଲତିକା ପ୍ରଧାନଙ୍କୁ ପ୍ରସଂଶା କରିବା ସହିତ ମୁଖ୍ୟମନ୍ତ୍ରୀ ଦେଶ ପାଇଁ ଆଦର୍ଶ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ ହୋଇପାରିଛନ୍ତି ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼,ଜିଲ୍ଲାପରିଷଦ ସଦସ୍ୟା ମଧୁମିତା ସାହୁ, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ ସମସ୍ତ ବିଜେଡି ପଞ୍ଚାୟତ ପ୍ରତିନିଧି ଯୋଗଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ମଙ୍ଗଳବାର ଦିନ ଉଦଯାପିତ ହେବ ବୋଲି ସୂଚନା ମିଳିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment