ବିଜେଡି ର ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ।

ସୁବର୍ଣ୍ଣପୁର ,୦୭/୦୪(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପୁଢଟିକ୍ରା ଠାରେ ବିଜୁ ଜନତା ଦଳର ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି। ବିରମହାରାଜ ପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର ବିଧାୟକ ପ୍ରାର୍ଥୀ ଶ୍ରୀ ପଦ୍ମନାଭ ବେହେରା ଙ୍କ ନେତୃତ୍ୱ ରେ ଆଜି ଉଲୁଣ୍ଡା ବ୍ଲକ ବିଜେଡି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ସିଂ ଭୋଇ ନବୀନ ନିବାସରେ ମୂଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଫେରିବା ପରେ ଆଜି ମନମୁଣ୍ଡା ତେଲ ନଦୀ ବ୍ରିଜ ଠାରୁ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ପ୍ରଥମେ ସ୍ଥାନୀୟ ଇଷ୍ଟଦେବୀ ମା ସୁରେଶ୍ଵରୀ ମନ୍ଦିର ଯାଏଁ ପାଛୋଟି ନିଆ ଯାଇଥିଲା। ଶ୍ରୀ ଭୋଇ ପ୍ରଥମେ ମା ସୁରେଶ୍ଵରୀ ଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଆଗାମୀ ଦିନରେ ସୁବର୍ଣ୍ଣପୁର, ବଲାଙ୍ଗିର ତଥା ରାଜ୍ୟର ସାମୂହିକ ବିକାଶ ଲାଗି ଉଲୁଣ୍ଡା ବ୍ଲକ୍ ରେ ଥିବା ବିଧାୟକ ଶ୍ରୀ ପଦ୍ମନାଭ ବେହେରା ଙ୍କ ପୁଢ଼ ଟିକ୍ରା ବାସ ଭବନ ରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ସଂକଳ୍ପ ନେଇଥିଲେ। ଏହା ପୂର୍ବରୁ ଶ୍ରୀ ସିଂ ଭୋଇ ଙ୍କୁ ମହାନଦୀ ହିକୁଡ଼ି ଛକ ଠାରେ ମଧ୍ୟ ଅମିୟ ରଞ୍ଜନ ଦାଶ ଙ୍କ ନେତୃତ୍ୱ ରେ ଛାତ୍ର ଓ ଯୁବ ବିଜେଡ଼ି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇ ଏକ ବାଇକ୍ ରାଲୀ ରେ ପୁଢ଼ଟିକ୍ରା ଯାଏ ଶ୍ରୀ ଭୋଇ ଙ୍କୁ ପାଛୋଟି ନିଆଯାଇଥିଲା l ଏହି ସ୍ବାଗତ ସମ୍ୱର୍ଦ୍ଧନା ସଭା ରେ ବିଧାୟକ ଶ୍ରୀ ବେହେରା ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ବ୍ଲକ୍ ଅଧ୍ୟକ୍ଷା, ସମିତି ସଭ୍ୟ ମାନ ଙ୍କୁ ଲୋକସଭା ପ୍ରାର୍ଥୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସହିତ ପରିଚୟ ପ୍ରଦାନ କରିବା ସହ ତାଙ୍କୁ ବିପୁଳ ଭୋଟ ରେ ବିଜୟ କରାଇବାକୁ ଦୃଢ଼ ସଂକଳ୍ପ ନେଇ ରାଜ୍ୟ ସରକାର ଙ୍କ ସମସ୍ତ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀ ଙ୍କୁ ପରାମର୍ଶ କରିଥିଲେ l ବ୍ଲକ ବିଜେଡି , ଛାତ୍ର ବିଜେଡ଼ି, ଯୁବ ବିଜେଡି, ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଭୋଇ ଙ୍କୁ ଉପଢୌକନ ଫୁଲ ତୋଡା ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଂସଦ ପ୍ରାର୍ଥୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ଶ୍ରୀ ପଦ୍ମ ନାଭ ବେହେରା ଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି କୃତିବାସ ମିଶ୍ର, ଗୋବିନ୍ଦ ମିଶ୍ର, କୃତିବାସ ଚାନ୍ଦ, ହରିହର କର୍ଣ୍ଣ, ବରିଷ୍ଠ ବିଜେଡି ନେତା ଗୌର ସାହୁ, ଝସ କେତନ ବଘlର, ବିହାରୀ ଲାଲ୍ ମିଶ୍ର ପ୍ରମୁଖ ସମସ୍ତ ନେତା ସଭାରେ ଯୋଗ ଦେଇଥିଲେ l କୃତିବାସ ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ସଭା କୁ ସଂଯୋଜନା କରିଥିବା ବେଳେ ଦଳ ର ବରିଷ୍ଠ, ଛାତ୍ର , ଓ ଯୁବ ନେତା ପ୍ରମୁଖ ସହଯୋଗ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment