ବିଜେଡି ରେ ଯୋଗଦେଲେ ଅଙ୍ଗାର ଗାଁ ସରପଞ୍ଚ ।

କୋଦଳା,୧୧/୧୦(ପିପିଟି): ବେଗୁନିଆପଡା ବ୍ଲକ ଅଙ୍ଗାର ଗାଁ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ନିଳେନ୍ଦ୍ରୀ ସେଠୀ ଆଜି ଅନୁଷ୍ଠାନିକ ଭାବେ ବିଧାୟିକା ଲତିକା ପ୍ରଧାନ ଉପସ୍ଥିତି ରେ ବିଜେଡି ରେ ଯୋଗଦେଇଥିବା ଜଣାଅପଡ଼ିଛି । ସାରା ଭାରତ ବର୍ଷର ସର୍ବଶ୍ରେଷ୍ଠ ଜନ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଓଡ଼ିଶାବାସୀଙ୍କ ସେବାରେ ଦୀର୍ଘ ୨୫ବର୍ଷ ଧରି ନିଜ ଜୀବନକୁ ଉତ୍ସର୍ଗ କରି ଜନ୍ମରୁ ଜୁଇ କୁ ପର୍ଯ୍ୟନ୍ତ ଜନତାଙ୍କ ସେବା ସୁବିଧା ପାଇଁ ଯୋଜନା କରି ନାରୀ ସଶକ୍ତିକରଣ ଓ ଗରିବ କଲ୍ୟାଣ ନିମିତ୍ତ ଦିନରାତି ସଂଘର୍ଷ କରିବା ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଭଳି ନୀତି ଓ ତାଙ୍କର ଜନ ମଙ୍ଗଳ କାର୍ଯ୍ୟ ତଥା ନିଜ ନିର୍ବାଚନ ମଣ୍ଡଳୀର ଲଢୁଆ ଓ ଜନସାଧାରଣଙ୍କ ସୁବିଧା ପାଇଁ ଅହରହ ଉଦ୍ୟମ କରୁଥିବା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କାର୍ଯ୍ୟ ଶୈଳୀରେ ଆକୃଷ୍ଠ ହୋଇ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କର ଶତାଧିକ ସମର୍ଥକ ଆନୁଷ୍ଠାନିକ ଭାବେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ପ୍ରେରିତ ହୋଇ ବିଜୁ ଜନତା ଦଳ ସହିତ ଯୋଗ ଦେଇଥିବାରୁ ବିଧାୟିକା ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପମାଲ୍ୟ ସହିତ ଧନ୍ୟବାଦ ଦେଇ ସ୍ୱାଗତ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment