ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ପରଲୋକ।

ଭୁବନେଶ୍ବର,୩୦/୧୨: ବରିଷ୍ଠ ବିଜେଡ଼ି ନେତା ତଥା ବ୍ରଜରାଜନଗର ବିଜେଡ଼ି ବିଧାୟକ କିଶୋର କୁମାର ମହାନ୍ତିଙ୍କ ହୃଦ୍‌ଘାତ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି। ସରକାରୀ ଦଳ ମୁଖ୍ୟ ସଚେତକ କିଶୋର କୁମାର ମହାନ୍ତି ଝାରସୁଗୁଡ଼ାର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସହ ପୂର୍ବରୁ ଝାରସୁଗୁଡ଼ାରୁ ବିଧାୟକ, ବାଚସ୍ପତି ଓ ରାଜ୍ଯ ସଭା ସାଂସଦ ମଧ୍ଯ ହୋଇଥିଲେ।

Comments (0)
Add Comment