ବିଜେଡି ନେତା ସ୍ବର୍ଗତ ରାଜେନ୍ଦ୍ର ପାଢୀଙ୍କ ଦ୍ବାଦଶାହ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ।

ବୁଗୁଡା,୨୧/୦୬(ପିପିଟି); ବୁଗୁଡା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଓଡିଶା ମୋ-ପରିବାର ,ଜୀବନ ବିନ୍ଦୁ ତରଫରୁ ବୁଗୁଡା ପୂର୍ବତନ ନଗର ସଭାପତି ସ୍ୱର୍ଗତ ରାଜେନ୍ଦ୍ର କୁମାର ପାଢୀଙ୍କ ଦ୍ଵାଦଶାହ ଉପଲକ୍ଷେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସଦ ଆସିକା ପ୍ରମିଳା ବିଷୋୟୀ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ମୋଟ ୨୮୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି। ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା ଓ ବିଜୁ ଜନତା ଦଳର ଜନ ପ୍ରତିନିଧି ଉପସ୍ଥିତ ଥିଲେ।

Comments (0)
Add Comment