ବିଜେଡି ନେତା ପବିତ୍ର ବେହେରାଙ୍କ କରୋନା ରେ ଦେହାନ୍ତ ।

ରାଇରଙ୍ଗପୁର-୧୬/୧୦-( ପି.ପି.ଟି) ରାଇରଙ୍ଗପୁର ବ୍ଲକର ବିକାଶନଗର ର ପବିତ୍ର ବେହେରା (୫୫))ଙ୍କ ବାରିପଦାର ବାଙ୍କିଶୋଳ କୋଭିଡ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ ଜଣେ ଅମାୟିକ ମେଳାପି , ମିଷ୍ଟଭାଷୀ , ଧର୍ମପରାୟଣ ,ଆଜୀବନ ଅଣ କଂଗ୍ରେସ, ଅଣ ବିଜେପି, ଟାଣୁଆ ବିଜେଡି ସଂଗଠକ ଥିଲେ । ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବିକାଶ ନଗର ଲକ୍ଷ୍ମୀପୂଜା କମିଟି ସଭାପତି, ବିକାଶ ନଗର ଉନ୍ନୟନ ପରିଷଦ ସଦସ୍ୟ,ସାକିଲାଡିହି ଦୁର୍ଗା ପୂଜା କମିଟି ସଦସ୍ୟ, ସିଦ୍ଧେଶ୍ୱର ଶିବ ମନ୍ଦିର କମିଟି ସଦସ୍ୟ,ବାମନଘାଟି କଣ୍ଟ୍ରାକ୍ଟର ଆସୋସିଏସନ୍ ସଦସ୍ୟ ସଦସ୍ୟ ଥିଲେ । ଜଣେ ପରୋପକାରୀ ଏବଂ ସମାଜସେବୀ ଭାବେ ସେ ରାଇରଙ୍ଗପୁର ସହରର ଜଣାଶୁଣା ଥିଲେ । ତାଙ୍କର ଘରେ ସ୍ତ୍ରୀ , ଏକମାତ୍ର ପୁଅ ଯୁକ୍ତ ୨ୟ ବାର୍ଷିକ ବିଜ୍ଞାନ ଛାତ୍ର,ମା, ଏବଂ ଦିବ୍ଯାଙ୍ଗ ଭାଇ ଅଛନ୍ତି । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ର ଯୁବଗୋଷ୍ଠୀ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି ।କୋଭିଡ୍ ନିୟମ ଅନୁସାରେ ବାରିପଦା ରଘୁନାଥ ପର୍ବରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
(ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ ।)

Comments (0)
Add Comment