ବିଜେଡି ଦଖଲରେ ବିରମହାରାଜପୁର ବ୍ଲକ; ନୂତନ ଅଧ୍ୟକ୍ଷା ହେଲେ ଶାନ୍ତି ଲୁହା ।

ଉଲୁଣ୍ଡା,୧୩/୦୩(ପିପିଟି): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଲୁହା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ସେ ପ୍ରଥମ ବ୍ଲକ ମହିଳା ଅଧ୍ୟକ୍ଷା ଭାବେ ସେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ବ୍ଲକ ସଭାଗୃହରେ ହୋଇଥିବା ନିର୍ବାଚନରେ ବ୍ଲକର ସମସ୍ତ ୧୫ଜଣ ସମିତି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ। ତରଭା ବିଡିଓ ବିଜୟ କୁମାର ପଟେଲ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିବାବେଳେ ବୀରମହାରାଜପୁର ତହସିଲଦାର ବିବୁଧ ଗଡ଼ନାୟକ ଓ ଏବିଡିଓ ପୁରୁଷୋତ୍ତମ ଧରୁଆ ନିର୍ବାଚନ ପରିଚାଳନା କରିଥିଲେ। ନୂତନ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଲୁତୁରପଙ୍କ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷା ଭାବେ କେବଳ ଶାନ୍ତି ଲୁହା ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ବର୍ତ୍ତମାନ ଜିଲା ମହିଳା ବିଜେଡି ସମ୍ପାଦିକା ଅଛନ୍ତି ଏବଂ ତାଙ୍କ ସ୍ବାମୀ ଯୁବନେତା ନାରାୟଣ ଲୁହା ମଧ୍ୟ ବୀରମହାରାଜପୁର ବ୍ଲକ ଯୁବ ବିଜେଡିର ସଭାପତି ଅଛନ୍ତି। ସେ ମଧ୍ୟ ଉଫୁଲା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚତା ଅଧ୍ୟକ୍ଷା ବୀରମହାରାଜପୁର ବାସୀଙ୍କୁ ଧନ୍ୟବାଦ ଦେବା ସହିତ ଅଞ୍ଚଳର ବିକାଶ ନିମନ୍ତେ କାମ କରିବା ପାଇଁ ତାଙ୍କ ପ୍ରତିକ୍ରିୟାରେ ଶ୍ରୀମତୀ ଲୁହା କହିଛନ୍ତି।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment