ବିଜେଡି ଛାଡିଲେ ଜିଲ୍ଲା ଯୂଗ୍ମ ସମ୍ପାଦକ ହାଡ଼ିବନ୍ଧୁ ରାଉତ ।

ବାଲିଆପାଳ,୧୯/୦୯:ବାଲେଶ୍ୱର ଜିଲ୍ଲା ବିଜେଡିର ଜଣେ ଦକ୍ଷ ଯୁବନେତା ତଥା ଜିଲ୍ଲା ଯୁଗ୍ମସମ୍ପାଦକ ହାଡିବନ୍ଧୂ ରାଉତ ଆଜି ବିଜୁ ଜନତା ଦଳ ଛାଡିଛନ୍ତି । ଏନେଇ ଶ୍ରୀ ରାଉତ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ବସ୍ତା ବିଧାୟିକା ସୁବାସିନୀ ଜେନା ଏବଂ ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି । ଶ୍ରୀ ରାଉତ ବିଜୁ ଛାତ୍ର ଜନତାଦଳ ଏବଂ ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ତଥା ବିଜୁ ଯୁବଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ବିଭିନ୍ନ ଦାୟିତ୍ୱ ତୁଲଇଆସୁଥିଲେ ।ଶ୍ରୀ ରାଉତ ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଏବଂ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ଅତ୍ୟନ୍ତ ଘନିଷ୍ଟ ଥିଲେ । ଶ୍ରୀ ରାଉତ ବର୍ତ୍ତମାନ ପ୍ରତାପୁର ସେବା ସମବାୟ ସମିତି ର ସଭାପତି ଥିବା ବେଳେ ତାଙ୍କର ଧର୍ମପତ୍ନୀ କାବେରୀ ରାଣୀ ରାଉତ ବର୍ତ୍ତମାନ ପ୍ରତାପୁର ଗ୍ରାମ ପଞ୍ଚାୟତର ସମିତି ସଦସ୍ୟା ଅଛନ୍ତି ।ତେବେ ଶ୍ରୀ ରାଉତ ବ୍ୟକ୍ତିଗତ କାରଣ ପାଇଁ ଦଳ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ।ଏହାକୁ ନେଇ ବାଲିଆପାଳ ବ୍ଲକରେ ଚର୍ଚ୍ଚା ଜୋର ଧରିଛି । ତେବେ ଏସମ୍ପର୍କରେ ଶ୍ରୀ ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ ସକ୍ରୀୟ ରାଜନିତିରେ ନରହି ପୂର୍ବଭଳି ଲୋକଙ୍କ ସେବାରେ ରହିବେ ବୋଲି କହିଛନ୍ତି ।

Comments (0)
Add Comment