କୁକୁଡାଖଣ୍ଡି,୧୯/୦୯(ପିପିଟି): ବିଜୁ ଜନତା ଦଳକୁ ଆହୁରି ସୃଦୁଢ କରିବା ନେଇ ଗତ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଜୋନ ସ୍ତରରେ ତଥା ମହାନଗର ସ୍ତରରେ ବିଭିନ୍ନ ପଦ ପଦବୀ ପାଇଁ ଦଳର ବରିଷ୍ଟ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିଲା । ସେହିପରି ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବିଭିନ୍ନ ବ୍ଲକ କମିଟି ଘୋଷଣା କରିଛନ୍ତି । ସେଥିମଧ୍ୟରୁ କୁକୁଡାଖଣ୍ଡି ବ୍ଲକ ବିଜେଡି କମିଟି ମଧ୍ୟ ଘୋଷଣା କରିଛନ୍ତି । ବ୍ଲକ କମିଟିରେ ସାଧାରଣ ସମ୍ପାଦକ ଭାବେ ଦଳର ବରିଷ୍ଠ, ସାଙ୍ଗଠନିକ ଦକ୍ଷତା ଆଧାରରେ ସନାତନ ସଂଗ୍ରାମ ସିଂ ଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରୀ ସିଂ ପୂର୍ବରୁ ଦଳର ବହୁତ ଗୁରୁତ୍ୱ କମିଟି ଓ ସମବାୟର ଜିଲ୍ଲା ଓ ରାଜ୍ୟରେ ଦାୟିତ୍ୱ ନେଇଥିଲେ ତାଙ୍କରି ବହୁତ ସାଙ୍ଗଠନିକ ଦକ୍ଷତା ରହିଛି । କମିଟି ଘୋଷଣା ପରେ କୁକୁଡାଖଣ୍ଡି ବ୍ଲକରେ ଛାତ୍ର, ଯୁବକ, ମହିଳା,ବରିଷ୍ଠ ବିଜେଡି ନେତୃବୃନ୍ଦ ବିପୁଳ ଉତ୍ସାହ ପରିଲକ୍ଷିତ ଦେଖିବାକୁ ମିଳିଛି । ବ୍ଲକ ସ୍ତରରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିବାରୁ ସଂଗ୍ରାମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ଡ଼ା. ରମେଶ ଚ୍ୟାଉ ପଟ୍ଟନାୟକ,ସୂର୍ଯ୍ୟ ପାତ୍ର,ବିପ୍ଳବ ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସଂଗ୍ରାମଙ୍କୁ କୁକୁଡାଖଣ୍ଡି ବ୍ଲକର ଅଧକ୍ଷ କାମାକ୍ଷ ପାତ୍ର, ଉପାଧ୍ୟାକ୍ଷା ବିଷ୍ଣୁ ପାତ୍ର, ବିଧାୟକ ପ୍ରତିନିଧି ଉଦୟ ବେହେରା,ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ବ୍ଲକ ଯୁବ ସଭାପତି ସଞ୍ଜୟ ସାହୁ, ଛାତ୍ର ସଭାପତି ରାଧା ମୋହନ ସେଠି, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସରପଞ୍ଚ, ସମିତି ଓ ବରିଷ୍ଠ ବିଜେଡି ନେତୃବୃନ୍ଦ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।