ବିଜେଡିର ମିଶ୍ରଣ ପର୍ବ ଓ ଉନ୍ନୟନ କାର୍ଯ୍ଯର ଉଦ୍‌ଘାଟନ।

କବିସୂର୍ଯ୍ଯ ନଗର, ୨୦/୧୨(ପିପିଟି): ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଆଜି ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକର ବୋଲସର, ବାଲ୍ୟାସରା ପଞ୍ଚାୟତରେ ଆସିକା ବିଜୁ ଜନତା ଦଳର ମିଶ୍ରଣ ପର୍ବ,ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବେ ପ୍ରଥମେ ଗ୍ରାମବାସୀ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କୁ ପଥରା ସ୍ଥିତ ବାସଭବନରୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇ ଗ୍ରାମ୍ୟ ପରିକ୍ରମା କରାଇ ଆୟୋଜିତ ସଭାସ୍ଥଳକୁ ନେଇଥିଲେ, ଉକ୍ତ ସଭାସ୍ଥଳରେ ନବୀନ ବାବୁଙ୍କର ଜନ କଲ୍ୟାଣ କାର୍ଯ୍ୟ, ବିଧାୟିକାଙ୍କ ଉପରେ ଆସ୍ଥା ପ୍ରକଟ କରି ଓ ପୂର୍ବତନ ସାଂସଦ ସ୍ବର୍ଗତ ଲଡୁ କିଶୋର ସ୍ଵାଇଁଙ୍କ ଦୁଇ ପୁତ୍ର ନଚିକେତା ସ୍ବାଇଁ ଓ ଅଶ୍ୱିନୀ ସ୍ଵାଇଁଙ୍କ ସାଙ୍ଘଠନିକ କାର୍ଯ୍ୟରେ ପ୍ରଭାବିତ ହୋଇ ବାଲ୍ୟାସରା ପଞ୍ଚାୟତର ବହୁ ନେତା କର୍ମୀ ଆଜି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହେଲେ, ସମସ୍ତ ନବାଗତଙ୍କୁ ବିଧାୟିକା ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଲେ । ଏହି ମିଶ୍ରଣ ପର୍ବରେ ବିଧାୟିକାଙ୍କ ସହିତ ଯୁବନେତା ନଚିକେତା ସ୍ୱାଇଁ, ଯୁବ ସଙ୍ଗଠକ ଅଶ୍ୱିନୀ ସ୍ୱାଇଁ, ଆସିକା ବ୍ଲକ ସଭାପତି ସେଇ ରାଜେଶ ପଟନାୟକ, କବିସୂର୍ଯ୍ୟ ନଗର ବ୍ଲକ ସଭାପତି, ଉପାଧ୍ଯକ୍ଷ, ସମସ୍ତ ସରପଞ୍ଚ, ସମିତିସଭ୍ୟ, ଯୁବ ଛାତ୍ର ମହିଳା ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Comments (0)
Add Comment