ପୋଲସରା,୧୭/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ବିଲେଇଝୁରୀ ଗ୍ରାମ ଠାରେ ନିମିନା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଲେଇଝୁରୀ ଗ୍ରାମର ବାବୁ ସ୍ୱାଇଁଙ୍କ ନେତୃତ୍ୱରେ ୧୫୦ ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।