ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ,ଯୋଗଦେଲେ ବିଧାୟିକା ।

କୋଦଳା,୧୪/୧୧(ପିପିଟି):ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି । ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଏଭଳି ଏକ ବଡ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ସେହିକ୍ରମରେ ମଙ୍ଗଳବାର ଦିନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକର ମର୍ଦ୍ଦକୋଟ ପଂଚାୟତରୁ ପଦ ଯାତ୍ରା ଆରମ୍ଭ କରାଯାଇ । ମର୍ଦ୍ଦକୋଟ, ଖଣ୍ଡିଆନଇ, କେ. ବରିଡା,ଏସ. ଛଚିନା, ଚନ୍ଦନପୁର,ଘୋଡାପଡା, ମର୍ଦ୍ଦମେଖ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିବା ସହ ପଥପ୍ରାନ୍ତ ସଭାକରାଯାଇଥିଲା । ପଥପ୍ରାନ୍ତ ସଭା କରାଯାଇ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାରଙ୍କ ଯୋଜନା ତଥା ନଵୀନ ବାବୁଙ୍କ ଭାବମୂର୍ତ୍ତି ଓ ବିକାଶ ସହ ଷଷ୍ଠ ଥର ପାଇଁ ପୁଣି ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରି ବିକାଶର ଧାରା ବଜାଇ ରଖିବା ପାଇଁ ଆହ୍ଵାନ ଦେଇଥିଲେ ବିଧାୟିକା । ପ୍ରତ୍ୟେକ ସାହି ବୁଲି ସରକାରଙ୍କ ଜନାଭିମୁଖୀ ଯୋଜନା ସମ୍ପର୍କ ଆଲୋଚନା କରିଥିଲେ । ଏଥିରେ ବିଧାୟିକା ସମେତ ବ୍ଲକ ଅଧ୍ଯକ୍ଷା ରେଣୁ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ,ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ , ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବେଗୁନିଆପଡା ବ୍ଲକ ଅଧ୍ଯକ୍ଷା ରେଣୁ ଗୌଡ଼, ଜିଲ୍ଲାପରିଷଦ ସଦସ୍ୟ ମଧୁମିତା ସାହୁ, ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଆତ୍ମା ଅଧକ୍ଷ ବିଜୟ ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁଙ୍କ ସମେତ ବହୁ ଜନପ୍ରତିନିଧି, ସମାଜସେବୀ ମହେଶ୍ୱର ବରାଡ଼, ବିଜେଡି କର୍ମୀ ଯୋଗଦେଇ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment