କୋଦଳା,୧୯/୧୧(ପିପିଟି):ମଙ୍ଗଳବାର ପୂର୍ବାହ୍ନରେ ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଦଳା ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ବାଇକରାଲି ବାହାରି ବିଭିନ୍ନ ପଞ୍ଚାୟତ ଦେଇ କାଳିମେଘି ଠାରେ ପହଞ୍ଚି କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ସଭାମଞ୍ଚ ରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତ୍ତି ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ଅମାତ,ବିଜେଡି ଜିଲ୍ଲା ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ବିଜେପି ସରକାର ଏକ ମିଛୁଆ ସରକାର କହି ନିର୍ବାଚନୀ ଇସ୍ତାହାରରେ ଜନସାଧାରଣଙ୍କୁ ଦେଇଥିବା ବିଭିନ୍ନ ମିଛ ପ୍ରତିଶ୍ରୁତିକୁ ସମାଲୋଚନା କରିଥିଲେ । ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିବା ବିଜେପି ସରକାରକୁ ଭର୍ତ୍ସନା କରିବା ସହିତ ବହୁତ ଶୀଘ୍ର ଏହି ସରକାର ଭୁଶୁଡି ପଡିବ ବୋଲି କହିଥିଲେ । ଏହି ବ୍ଲକ ରେ ପୂର୍ବରୁ ଯେମିତି ଆମ ଦଳ ସଂଗଠିତ ଥିଲା ବର୍ତ୍ତମାନ ମଧ୍ୟ ସେହିପରି ସଂଗଠିତ ରହିଥିବା ଦେଖିବାକୁ ମିଳିଛି । ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ମହିଳା ଓ ପୁରୁଷ ବିଜେଡି କର୍ମୀ ସ୍ପତସ୍ପୁର୍ତ୍ତ ଭାବେ ଆଜିର ଏହି କାର୍ଯ୍ୟକ୍ରମରେ ଏକତ୍ରିତ ହେବା ଏହାର ଉଦାହରଣ ବୋଲି କହିଥିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ଏହିଠାରୁ ସଭ୍ୟସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରାଯାଇ ଏହି ବ୍ଲକରେ ହେଉଥିବା ଦୁର୍ନୀତି ପାଇଁ ସ୍ୱର ଉତ୍ତୋଳନ କରି ଉଚ୍ଚିତ ଜବାବ ଦିଆଯିବ ବୋଲି କହିଥିଲେ । ଏହି ସରକାର ନିଜ ଦଳରେ ମିଶିବା ପାଇଁ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବିଭିନ୍ନ ଲୋଭ ଦେଖାଇ ଯଦି ଆମ କଥାରେ ରାଜି ନ ହେବ ତୁମର କୌଣସି ବିକାଶ ମୂଳକ କାର୍ଯ୍ୟକୁ ସହାୟତା ଦେବୁନାହିଁ ବୋଲି କହି ଭୟଭୀତ କରୁଥିବା ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବେଗୁନିଆପଡା ବ୍ଲକ ନେତା ଦୁର୍ଯ୍ୟଧନ ଗୌଡ଼,ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ,ମହିଳା ସଭାନେତ୍ରୀ ତଥା ଜିଲ୍ଲାପରିଷଦ ସଦସ୍ୟା ମଧୁମିତା ସାହୁ, ଜିଲ୍ଲା ପରିଷଦ ସଦସ୍ୟା କଲ୍ୟାଣୀ ପାତ୍ର,ପଞ୍ଚାୟତ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ, କବିସୂର୍ଯ୍ୟନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ ପ୍ରମୁଖ ଯୋଗଦେଇଥିବା ବେଳେ ପ୍ରାୟ ପାଞ୍ଚହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ