ବିଜେଡିରେ ସାମିଲହେଲେ ପଦ୍ମପୁର ବ୍ଲକ ଉପାଧ୍ୟକ୍ଷା, ନାଇରା ସରପଞ୍ଚ ସମେତ ଶତାଧିକ କଂଗ୍ରେସ କର୍ମୀ।

ରାୟଗଡା,୩୦/୦୯(ପିପିଟି); ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଉପାଧ୍ୟକ୍ଷା ଜେମା ଶବର,ନାଇରା ସରପଞ୍ଚ ତୁଳସା ଶବରଙ୍କ ସହ ୩୦୦ରୁ ଉର୍ଦ୍ଧ୍ବ କଂଗ୍ରେସ ସମର୍ଥକ ଓ ସ୍ଥାନୀୟ ବରିଷ୍ଠ ନେତା ସାହେବ ଶବର,ସୂର୍ଯ୍ୟନାରାୟଣ ସାହୁ, ଶିବରାମ ସାହୁ,ସୁବାଷ ପାଲକା ଓ ମମତା ପାଲକା ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।ବିଜୁବାବୁଙ୍କ ଆଦର୍ଶ, ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତି, ଶାସନ ଦକ୍ଷତା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏମାନଙ୍କ ମନକୁ ଛୁଇଁଥିବାରୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି।ଏହି ମିଶ୍ରଣପର୍ଵ ନାଇରାଠାରେ ବିଜେଡି ଜିଲ୍ଲା ସମ୍ପାଦକ ଗୋଦାବରୀ ରାଉତଙ୍କ ନେତୃତ୍ବରେ ହୋଇଥିଲା।ପ୍ରଥମେ କର୍ମକର୍ତ୍ତାମାନେ ସ୍ୱର୍ଗତ ଯଯାତିକେଶରୀ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ମିଶ୍ରଣପର୍ବ ଆରମ୍ଭ ହୋଇଥିଲା।ବିଜେଡିରେ ନୂତନ ଭାବେ ଯୋଗଦେଇଥିବା ନେତାମାନେ ମଧ୍ୟ ଯଯାତି ସାହୁଙ୍କ ସ୍ମୃତିଚାରଣ କରିଥିଲେ। ଆଜିର ମିଶ୍ରଣ ପର୍ବରେ ବ୍ଲକ ଯୁବ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ଦଳେଇ,ବ୍ଲକ ବିଜେଡି ସମ୍ପାଦକ ରାମାନନ୍ଦ ସାହୁ,ବରିଷ୍ଠ ନେତା ବାଲାଜି ପାଢ଼ୀ, ଖଲି ଜେନା, ରାମପ୍ରସାଦ,ଵିଷ୍ଣୁପ୍ରସାଦ ରଥ, କେଦାର ସାହୁ ପ୍ରଭୃତି ଉପସ୍ଥିତ ଥିଲେ। (ରିପୋର୍ଟ – ନବୀନ ନାୟକ ବେହେରା ।)

Comments (0)
Add Comment