ଭୁବନେଶ୍ବର,୨୯/୦୫: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ ତା’ର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୪ ଜଣଙ୍କ ପ୍ରାର୍ଥୀତ୍ବ ଉପରେ ମୋହର ଲଗାଇଛନ୍ତି। ବିଜେଡି ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ଅଧିକାଂଶ ଆଶାୟୀ ଥିବା ବରିଷ୍ଠ ନେତାଙ୍କୁ ନିରାଶ ହେବାକୁ ପଡିଛି।