କୋଦଳା,୧୭/୦୧(ପିପିଟି):ମଙ୍ଗଳବାର କୋଦଳା ଡାକବଙ୍ଗଳା ପଡିଆ ଠାରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ମହାଆଡମ୍ବର ରେ ପାଳିତ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବ ସମାବେଶରେ ପ୍ରାୟ ୩୦ ହଜାରରୁ ଅଧିକ ବିଜୁଜନତା ଦଳର କର୍ମକର୍ତ୍ତା ଓ ମହିଳା ଏବଂ ପୁରୁଷ କର୍ମୀଙ୍କ ମହା ସମାବେଶ ହୋଇଥିବା ବେଳେ ବିଦ୍ରୋହୀଙ୍କ ନିଦ ହଜିଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହୋଇଛି । ଏହି ବିଶାଳ ଜନ ସମାବେଶ ସୂଚାଇ ଦେଉଛି ବିଧାୟିକାଙ୍କ ଲୋକପ୍ରିୟତା । ଏହି ସମାବେସରେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା,ବେଗୁନିଆପଡା ବ୍ଲକ ଅଧକ୍ଷା ରେଣୁ ଗୌଡ଼,ବ୍ଲକ ବିଜେଡି ସଭାପତି ସୀମାଞ୍ଚଳ ସାମଲ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, କବିସୂର୍ଯ୍ୟନଗର ଏନ୍ଏସି ଅଧ୍ୟକ୍ଷା ଲକ୍ଷ୍ମୀ ସେଠୀ,ଉପଧ୍ୟକ୍ଷ ବିକ୍ରାନ୍ତ ସାହୁ,ଆସ୍କା ସଂସଦୀୟ କ୍ଷେତ୍ର ଜୀବନ ବିନ୍ଦୁ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ରାଜ୍ୟ ବିଜେଡି ସମ୍ପାଦକ ପ୍ରମୋଦ ପଣ୍ଡା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା,ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ଶଙ୍କର ସାହୁ, ବେଗୁନିଆପଡା ବ୍ଲକ ଜିଲ୍ଲା ପରିଷଦ ସଭ୍ୟା କଲ୍ୟାଣୀ ପାତ୍ର, ମଧୁମିତା ସାହୁ, ବିନୋଦିନୀ ସ୍ୱାଇଁ,ବିଜେଡି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମହେଶ୍ବର ବରଡ,କବିସୂର୍ଯ୍ୟନଗର ଏନ୍ଏସି ସଭାପତି ଭଗବାନ ସ୍ବାଇଁଙ୍କ ସମେତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ବିଜେଡି କର୍ମୀ, ମହିଳା ସଦସ୍ୟଙ୍କ ସମେତ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ। ବିଜେଡି ସରକାର ର ଲୋକାଭିମୁଖୀ କାର୍ଯ୍ୟ ସାଙ୍ଗକୁ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଆଜି ଦଳ ସୁଦୂର ପ୍ରସାରୀ ହୋଇପାରିବା ସହ।ହଜାର ହଜାର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ନେତାମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ବିଜୁ ଜନତା ଦଳକୁ ଓଡିଶାବାସୀ ଅକୁଣ୍ଠ ସମର୍ଥନ କରୁଛନ୍ତି ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ସମସ୍ତ ବିଧାନସଭା ଓ ଲୋକସଭା ଆସନ ବିଜେଡ଼ି ହାତେଇବ ବୋଲି କହିଥିଲେ ବିଧାୟିକା । ବିଧାୟିକା ଲତିକା ପ୍ରଧାନଙ୍କ ପ୍ରତି ଲୋକ ମାନଙ୍କ କେତେ ଭଲପାଇବା ଅଛି ତାହା ଆଜି ପ୍ରତିଫଳିତ ହୋଇଥିବା କହିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଖୁସି ପ୍ରକାଶ କରି ଏତେ ସଂଖ୍ୟାରେ ଏକତ୍ରୀତ ହୋଇଛନ୍ତି ଏବଂ ଆଗାମୀ ଦିନରେ ବିଜୁ ଜନତା ଦଳକୁ ଲୋକଙ୍କ ସମର୍ଥନ ବଜାୟ ରହିବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ । ଆଜି ଏତେ ସଂଖ୍ୟାରେ ଜନ ସମାଗମ ହୋଇଥିଲା ଯେ କୋଦଳାରେ ଟ୍ରାଫିକ ଜାମ ହୋଇଥିଲା। ଆଜି ସମାବେଶକୁ ବିଫଳ କରିବା ପାଇଁ ଏକ ଗୋଷ୍ଠି ଉଦ୍ଯମ କରିଥିଲେ କିନ୍ତୁ ସଫଳ ହୋଇପାରି ନାହାଁନ୍ତି। ବିଜେଡିର ଶକ୍ତି ପ୍ରଦର୍ଶନ ଦଳ ଭିତରେ ରହି ଚକ୍ରାନ୍ତ କରୁଥିବା ଗୋଷ୍ଠୀ ପାଇଁ ସତର୍କବାଣୀ ଭଳି ପରିସ୍ଥିତି ସୃଷ୍ଟି କରିଦେଇଛି। ଆଜିର ସମାବେଶ ହିତ ଶତୃଙ୍କ ଆଖି ଟେରା ହୋଇଯାଛି।