କୋଦଳା,୧୭/୦୪(ପିପିଟି):ପ୍ରବାଦ ପୁରୁଷ ତଥା ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଜନ ନାୟକ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ଅବସରରେ ବେଗୁନିଆପଡା ବ୍ଲକ ଓ କୋଦଳା ଅଞ୍ଚଳରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି । ବିଜୁବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଧାୟିକା । ବ୍ଲକ ଓ ଏନ୍ଏସିର ବିଜୁପ୍ରେମୀ ପ୍ରଥମେ ବେଗୁନିଆପଡା ବ୍ଲକ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣ କରିବା ପରେ କୋଦଳା ଏନ୍ଏସି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପହଞ୍ଚି ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏଥି ସହ ମେଡିକାଲ ର ସୁବିଧା ଅସୁବିଧା, ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ବିଷୟ ପଚାରି ବୁଝିଥିଲେ । ପରେ ପରେ କୋଦଳା ଠାରୁ ବାହାରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କାଳିମେଘି ଠାରେ ପହଞ୍ଚି ପଞ୍ଚାୟତ ପୋଖରୀରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିଳ ତର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଅଞ୍ଚଳର ଚର୍ଚ୍ଚିତ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିରକୁ ଓଡିଶା କାଜୁ ନିଗମ ଅଧ୍ୟକ୍ଷ୍ୟ ସୁବାଷ ମହାରଣା ଙ୍କ ଉପସ୍ଥିତିରେ ବିଧାୟିକା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିର ରେ ମୋଟ ୧୦୩ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଏହି ମେଗା କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା,ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ବିଜୁ ଯୁବ ସଭାପତି ସତୀଶ ରଞ୍ଜନ ତାରିଣୀ, ଛାତ୍ର ସଭାପତି କାନ୍ହୁ ଚରଣ ପଣ୍ଡା, ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀ, କାଳିମେଘି ସମିତି ସଭ୍ୟା ନୟନି ଗୌଡ଼ ଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ, କୋଦଳା ଏନଏସି ବିଜୁ ଯୁବ ଜନତା ଦଳ ସଭାପତି ସୁଦାମ ମହାନ୍ତି, ଛାତ୍ର ଜନତା ସଭାପତି ପ୍ରଶାନ୍ତ ମହାନ୍ତି, କାଉନସିଲର ଭଗବାନ ପାଢ଼ୀ, ଜିତେନ୍ଦ୍ର ପ୍ରଧାନ, ମନୋରଞ୍ଜନ ଡାକୁଆ, ସିମାଞ୍ଚଳ ଖଟେଇ, ସୁନିତା କାର୍ଜି ଓ ଯୁବ ଗୋଷ୍ଠୀ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ସହଯୋଗ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ସୁଶାନ୍ତ ପାଣିଗ୍ରାହୀ,ହରିକୃଷ୍ଣ ସାହୁ,ଚିନ୍ମୟ ବେହେରା,ରାମହରୀ ପଣ୍ଡା ପ୍ରଭୁତି ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।