ତିର୍ତ୍ତୋଲ,୦୫/୦୩(ପିପିଟି); ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀକୁ ତିର୍ତ୍ତୋଲ ବିଜୁ ଜନତାଦଳ ତରଫରୁ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପର ୧ନଂ ହଲରେ ଶତାଧିକ କର୍ମୀଙ୍କ ଗହଣରେ ଜଗତସିଂହପୁର ଲୋକସଭା ସାଂସଦ ଡ.ରାଜଶ୍ରୀ ମଲ୍ଲିକ ଜନନାୟକ ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଫଟୋ ସମ୍ମୁଖରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହି ଉତ୍ସବରେ ଡ.ରାଜଶ୍ରୀ ମଲ୍ଲିକଙ୍କ ସହ ତିର୍ତ୍ତୋଲ ବିଜୁ ଜନତା ଦଳ ସଭାପତି ତଥା ୪ ନଂ ଜୋନ ଜିଲ୍ମା ପରିଷଦ ସଭ୍ୟ ଗଙ୍ଗାଧର ବିଶ୍ୱାଳ, ଜଗତସିଂହପୁର ଜିଲ୍ଲା ପରିଷଦ ଉପସଭାପତି ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ତିର୍ତ୍ତୋଲ ବ୍ଲକ୍ ଉପାଧ୍ୟକ୍ଷା ସନ୍ଧ୍ଯାରାଣୀ ମହାନ୍ତି , ତିର୍ତ୍ତୋଲ ବ୍ଲକ୍ ୩ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବେହେରା, ତିର୍ତ୍ତୋଲ ସାମ୍ବାଦିକ ସଂଘ ସଭାପତି ଅମରଜ୍ୟୋତି ସାହୁ ମଞ୍ଚସୀନ ଅତିଥିଭାଵେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିକୂ ଉପସ୍ଥିତ ଜନତାଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)