ବେଲଗୁଣ୍ଠା,୧୭/୦୨(ପିପିଟି): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଛତ୍ରପୁର ଏବଂ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଜୁ କନ୍ୟାରତ୍ନ ଯୋଜାନ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁ, ସାଧନ ବ୍ୟକ୍ତି ବାଲକୃଷ୍ଣ ସାହୁ,ଶିକ୍ଷାବିତ୍ ସୁଶାନ୍ତ କୁମାର ବେହେରା,ଅଧ୍ୟକ୍ଷା ଡକ୍ଟର୍ ସଂଯୁକ୍ତା ପଣ୍ଡା, ଅଧ୍ୟକ୍ଷ ସଂଗ୍ରାମ ମିଶ୍ର,ଅଧ୍ୟାପିକା ଗୀତାଶ୍ରୀ ସାମନ୍ତ ଏବଂ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅଧ୍ୟାପିକା ଶ୍ରୀମତୀ ସାମନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ବିଜୁ କନ୍ୟା ରତ୍ନ ଯୋଜନାର ରୂପରେଖ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସାଧନ ବ୍ୟକ୍ତି ବାଳକୃଷ୍ଣ ସାହୁ ଶିଶୁ ଲିଙ୍ଗ ଅନୁପାତ, ତାରତମ୍ୟ ଏବଂ ତାରତମ୍ୟକୁ କମାଇବା ଦିଗ ଉପରେ ଆଲୋଚନା କରିଥିଲେ । ଶିକ୍ଷାବିତ ସୁଶାନ୍ତ ବେହେରା ଯୋଜନାର ସଫଳ ରୂପାୟନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷା ଡକ୍ଟର୍ ସଂଯୁକ୍ତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ବେଳେ ଅଧ୍ୟାପିକା ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )