ବିଜୁଳି କର୍ମଚାରୀ ସଙ୍ଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ।

ବୌଦ୍ଧ,୧୪/୦୫(ପିପିଟି):ବୌଦ୍ଧ ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ବୌଦ୍ଧ ଡ଼ିଭିଜନର ବାର୍ଷିକ ଅଧିବେଶନ ଆଜି ବୌଦ୍ଧସ୍ଥ କର୍ମଚାରୀ ଭବନ ଠାରେ ସଂଗଠନର ରାଜ୍ୟ ଉପସଭାପତି ଭ୍ରମରବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣାଞ୍ଚଳ ଜୋନ ସମ୍ପାଦକ ସାଥି ଦୁର୍ଗାପ୍ରସାଦ ନନ୍ଦ ରାଜ୍ୟ ଉପସାଧାରଣ ସମ୍ପାଦକ ଶମ୍ଭୁ ପ୍ରସାଦ ମହାପାତ୍ର କନ୍ଧମାଳ ଡିଭିଜନ ସମ୍ପାଦକ ଦିଲୀପ କୁମାର ସାହୁ ବୌଦ୍ଧ ଡିଭିଜନ ସମ୍ପାଦକ ପ୍ରତାପ ପ୍ରଧାନ ସଂଗଠନର ଉପଦେଷ୍ଟା ଅବକାଶ ସାହୁ ସୁନୀଲ କୁମାର ପ୍ରଧାନ ଗୁପ୍ତେଶ୍ୱର ପ୍ରଧାନ ନିଉଠନ ଭଞ୍ଜ ତାପସ ବଡ଼ମାଳୀ ପ୍ରମୁଖ ବର୍ତ୍ତମାନ ଆଉଟ ସୋର୍ସିଙ୍ଗ ନାମରେ ଯୁବକ ମାନଙ୍କୁ କରାଯାଉଥିବା ଶୋଷଣର ପ୍ରତିବାଦ କରିବା ସହ ସରକାର ତୁରନ୍ତ ଆଉଟସୋରସିଂ ଭଳି ଘୃଣ୍ୟପ୍ରଥାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସଂଗଠନକୁ ସୁଦୃଢ କରିବାସହ ବ୍ୟାପକ ଆନ୍ଦୋଳନ ଗଢିତୋଳିବାକୁ ମତ ପ୍ରକାଶ କରିଥିଲେ । ସରକାରଙ୍କ ନିର୍ଦେଶକୁମାନି ତମାମ ରାଜ୍ୟବାସୀଙ୍କୁ ବିଜୁଳିସେବା ଯୋଗାଇଦେଉଥିବା କର୍ମଚାରୀ ଆଜି ଅତ୍ୟନ୍ତ ଦୁଃଖଦୈନ ରେ କାଳାତିପାତ କରୁଛନ୍ତି । ଏହା ସବୁଠୁ ଦୁଃଖର କଥା ।ପରିଶେଷରେ ଆଗାମୀ ବର୍ଷ ପାଇଁ ବୌଦ୍ଧ ଡିଭିଜନର ଉପଦେଷ୍ଟା ଭାବେ ଅବକାଶ ସାହୁ ସାଧାରଣ ସମ୍ପାଦକ ପ୍ରତାପ କୁମାର ପ୍ରଧାନ ସଂଗଠନ ସମ୍ପାଦକ ଭାବେ ଗୁପ୍ତେଶ୍ୱର ପ୍ରଧାନ ସୁନୀଲ ପ୍ରଧାନ ପ୍ରମୁଖ ମନୋନୀତ ହୋଇଛନ୍ତି ।

Comments (0)
Add Comment