ବିଛିନ୍ନାଞ୍ଚଳରେ ଡ଼ଙ୍ଗା ବୁଡି ଦୁର୍ଘଟଣା : ତିନି ନିଖୋଜ ଶବ ଉଦ୍ଧାର ।

ମାଲକାନଗିରି,୨୧/୦୫(ପିପିଟି);ଗତ ୧୯ ତାରିଖ ଦିନ ତିତ୍ରକୋଣ୍ଡା ଜଳ ଭଣ୍ଡାରରେ ଏକ ଦେଶୀ ଡଙ୍ଗା ସାହାଯ୍ଯ ୧୧ ଜଣ ଲୋକ ବସି ଯାଉଥିବା ବେଳେ ଡଙ୍ଗାଟି ଭାରସାମ୍ଯ ହରାଇ ଓଲଟି ପଡିଥିଲା । ୮ ଜଣ ବ୍ଯକ୍ତି ସନ୍ତରଣ କରି କୁଳରେ ଲାଗିଥିବା ବେଳେ ୩ ଜଣଙ୍କର ଜଳ ସମାଧି ଘଟି ପ୍ରାଣ ବାୟୁ ଉଡି ଯାଇଥିଲା । ସେହି ୩ ଜଣଙ୍କ ଶବ ଅଗ୍ନିଶମ କର୍ମଚାରୀ ମାନେ ଉଦ୍ଧାର କରିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ,ଗତ ୧୯ ତାରିଖ ସକାଳ ୧୦ ଘଟିକା ସମୟରେ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଦେଶୀ ଡ଼ଙ୍ଗା ଓଲଟି ତିନି ଜଣ ନିଖୋଜ ହୋଇଯାଇଥିଲା ବେଳେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଗତ କାଲି ଅପରାହ୍ନରେ ଦାମୋଦର ବେଢା ଗ୍ରାମର ବୁଦ୍ରୀ ମୁଦୁଲି (୭୦) ବୃଦ୍ଧାର ମୃତ ଦେହ ଉଦ୍ଧାର କରାଯାଇଥିଲା । ଆଜି ସକାଳୁ କୁଡୁମୁଲୁଗୁମା ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣା ଘଟିଥିବା ସ୍ଥାନର ଅନତି ଦୂରରୁ ଯମୁନା ମୁଦୁଲି ଓ ୧ ବର୍ଷର ଶିଶୁ କନ୍ୟାର ମୃତ ଦେହକୁ ଉଦ୍ଧାର କରିଛନ୍ତି । ପ୍ରକାଶ ଥାଉକି ନାକମାମୁଡି ପଞ୍ଚାୟତ ଦାମୋଦରବେଡା ଗ୍ରାମର ୧୧ ଜଣ ବ୍ଯକ୍ତି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଦେଶୀ ଡ଼ଙ୍ଗା ସାହାଯ୍ଯରେ ଓରାପଦର ଡଙ୍ଗା ଘାଟରୁ ବାକୁଲି ଗ୍ରାମକୁ ଯାଉଥିଲା ବେଳେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ବସିଥିବା ୮ ଜଣ ବ୍ଯକ୍ତି ପହଁରି ପହଁରି କୂଳକୁ ଫେରିଥିବା ବେଳେ ୩ ଜଣ ନିଖୋଜ ହୋଇ ଯାଇଥିଲେ । ତେବେ ମୃତ ପରିବାରଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment