କି ବିଚିତ୍ର ଏ ଦେଶ
ପ୍ରତି ପଦ ପଦରେ
ବଦଳି ଯାଏ ଭାଷା
ପୋଷାକ, ଆଚାର ବିଚାର
ଆଉ ସଂସ୍କୃତି…..!!
ଏତେ ଭାଷା…..
ପରସ୍ପର ଅବୁଝା
ପୁଣି କଥିତ କେଉଁଠି ଲିଖିତ
ଆଜି ବି ଲିପି ଶୂନ୍ୟ ଭାଷା
ବଞ୍ଚିଛି ପିଢ଼ି ପରେ ପିଢ଼ି ବଂଶାନୁକ୍ରମେ
ଏଠି ଭାଷା ର ଫସଲ ଅମଳ ହୁଏ
ଗବେଷଣାରେ କବି କଲମରେ….!!
ବିବିଧତା ଭିତରେ ଏକ
ମୂଳମନ୍ତ୍ର ଯାହାର ଶ୍ଳୋଗାନ
ସେଠି ପୁଣି ଜାତିର ଲମ୍ବା ସିଡି
ଲମ୍ବିଛି ଆକାଶକୁ କେଉଁ ଅନାଦି କାଳରୁ
କିଏ ଉଚ୍ଚ କିଏ ନୀଚ୍ଚ
କର୍ମ ବି ବାଣ୍ଟି ଦେଇଛି
ଏଠି କାହା ନିର୍ଦ୍ଦେଶରେ….!!
ଧର୍ମ: ଏଠି ମୁଣ୍ଡ ଟେକିଛି
ଅନ୍ଧବିଶ୍ୱାସ ରେ/ପରସ୍ପର ଯୁଦ୍ଧ ର
ରକ୍ତପାତରେ ଆଉ ନିଜ ନିଜର
ଅହଙ୍କାର ଆଉ ଧର୍ମ ନିରପେକ୍ଷତା
ତା’ ରାସ୍ତା ରେ…..
ଧର୍ମକୁ ନେଇ ରାଜନୀତି ଚାଲେ
ସାଂପ୍ରଦାୟିକ ଦଙ୍ଗାରେ
ଧର୍ମ ଆଣ୍ଠେଇ ପଡ଼ିଛି ମାନବବାଦ
ଆଉ ଭାତୃତ୍ବ ଭାବ ପ୍ରେମରେ…!!
ଖାଦ୍ୟ ବି ପରସ୍ପର ଭିନ୍ନ
କାହାର ଖାଦ୍ୟ ଅନ୍ଯ ପାଇଁ ଅଲୋଡା
ସମାଲୋଚନା ଓ ଘୃଣ୍ୟ
ବାଛ ବିଚାର…. ଅଖାଦ୍ୟ
ଏମିତି ଏ ଦେଶ
ଯେଉଁଠି ଆଜି ବି ଜଙ୍ଗଲ ରେ
ଜଙ୍ଗଲୀ ହୋଇ ପଡି ରହିଛି
ଆଦିମ ମଣିଷ…..!!
ଏମିତି ଏକ ବିଚିତ୍ର ଦେଶ
ଯେଉଁଠି ଜୀବନ ଜୀଇଁଛି
ଏକ ଉତ୍ତପ୍ତ ମରୁ ମରିଚିକାରେ
ଏଠି ବିଜ୍ଞାନ ବନ୍ଧା ପଡ଼ିଛି
ତାନ୍ତ୍ରିକର ମନ୍ତ୍ରରେ…..
ଆଉ ଋଢିବାଦର ଶକ୍ତ ପଞ୍ଝାରେ
କାଳ୍ପନିକ ଧର୍ମ ପୋଥିର ପ୍ରତି ପୃଷ୍ଠାରେ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭