ମାଲକାନଗିରି,୦୭/୦୧(ପିପିଟି):ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ କରକମଳରେ ବିଏସକେୱା ଇ-ନବୀନ କାର୍ଡ ପ୍ରଚାର ରଥକୁ ଅନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ପ୍ରଫୁଲ କୁମାର ନନ୍ଦ,ଡିପିଏମ ସସ୍ମିତା ସାହୁ,ଆଇସିଏ ଶିବପ୍ରସାଦ ପ୍ରହରାଜ, ଶ୍ୟାମସୁନ୍ଦର ମାଝୀ ଉପସ୍ଥିତ ଥିଲେ। ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତକୁ ପରିକ୍ରମା କରି ବିଏସକେୱାଇ- ନବୀନ କାର୍ଡ ସଂପର୍କରେ ପ୍ରଚାର ପ୍ରସାର କରି ଜନସଚେତନତା କରିବା ସହିତ ଏହାର ଜନ କଲ୍ୟାଣ ଉଦ୍ଦେଶ୍ୟରେ ଜନ ସାଧାରଣଙ୍କୁ ଅବଗତ କରାଇବ । ସ୍ବାସ୍ଥ୍ୟ ହିଁ ସଂପଦ। ନବୀନ ସ୍ବାସ୍ଥ୍ୟ କାର୍ଡ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ କର ପ୍ରଦାନକାରୀ ଙ୍କୁ ବାଦ୍ ଦେଲେ ଏହାର ଫାଇଦା ସମସ୍ତ ଜନତା ନେଇପାରିବେ। ଏହି ଯୋଜନାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଗ୍ୟ ବିବେଚିତ ବ୍ୟକ୍ତି ବିଶେଷ ନାମ ପଞ୍ଜୀକରଣ ପାଇଁ ଆହ୍ବାନ କରାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)