ବିଏସକେୱାଇ ନବୀନ କାର୍ଡ଼ ବାଣ୍ଟିଲେ ଅର୍ଥମନ୍ତ୍ରୀ ।

ଭଞ୍ଜନଗର,୦୭/୦୩(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ପରିସରରେ ଆଜି ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଏସକେୱାଇ ନବୀନ କାର୍ଡ଼ର ଶୁଭାରମ୍ଭ କରିଥିଲେ।ମନ୍ତ୍ରୀ ଶ୍ରୀ ଆରୁଖ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଅବଗତ କରିବା ସହ ଗୋଲା ପଡ଼ା ପଞ୍ଚାୟତରେ ୧ହଜାର୯୬ଜଣ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ପାଇଥିବା ବେଳେ ୪୫ଜଣ ଆଜି ନବୀନ କାର୍ଡ଼ ଓ ଡ଼ିହ ପଢାଳ ପଞ୍ଚାୟତରେ ପୂର୍ବରୁ ୧୩୬୧ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦିଆଯାଇ ଥିବା ବେଳେ ଆଜି ୪୮ଜଣ ହିତାଧିକାରୀଙ୍କୁ ନବୀନ କାର୍ଡ଼ ବଣ୍ଟନ କରିଥିଲେ।ଏଥିସହ ଜୀବିକା ସହାୟତା ରାଶି ବାବଦରେ ଏକ ହଜାର ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ ମଧ୍ୟ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ବିଡ଼ିଓ ମନ୍ମଥ ନାୟକ, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ- ଜେ କେ ପଟ୍ଟନାୟକ

Comments (0)
Add Comment