ମାଲକାନଗିରି,୦୩/୦୬(ପିପିଟି): ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ଘଟ ପଞ୍ଚାୟତର ଆଦର୍ଶ ବିଦ୍ୟାଳୟ ଠାରେ ବିଏସଏଫ-୧୫୧ ବାଟାଲିୟନ ଦ୍ଵାରା ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷ ରଞ୍ଜିତ ନାୟକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଏସଏଫ କମାଣ୍ଡର ଯଶବନ୍ତ ସାମଲ ନକ୍ସଲ ଅଞ୍ଚଳରେ ବିଏସଏଫର ଭୂମିକା ,ଦେଶର ଜାତୀୟ ସୁରକ୍ଷାରେ ଛାତ୍ର ଛାତ୍ରୀମାନଙ୍କ ଅବଦାନ ସମେତ, କିପରି ଆର୍ମିଡ ଫୋର୍ସରେ ଯୋଗଦେଇ ଦଶର ସୁରକ୍ଷା କରିବା,ସମେତ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇ ଥିଲେ । ଛାତ୍ର ଛାତ୍ରୀମାନେ କେମିତି ଦେଶର ଭବିଷ୍ୟତର ଡୋରି ସୁଦ୍ରୁଢ କରି ମୁଖ୍ୟ ଧାରାରେ ଏକ ଗୁରୁତତ୍ୱପୂର୍ଣ ଭୂମିକା ନେବା ଲାଗି ମୂଳ ମନ୍ତ୍ର ଦେବା ସହ ସମସ୍ତଙ୍କୁ ସୁସ୍ଥ ରହିବାରର ଜ୍ଞାନକୌଶଳ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନେ ଭାରତ ମାତାକି ଜୟ କହିବା ସହ ବିଏସଏଫର ଏପରି କାମକୁ ସ୍ବାଗତ କରିଥିଲେ । ଏହାପରେ ଏକ ବନ୍ଧୁତ୍ବପୂର୍ଣ୍ଣ ଭଲି ବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଭଲି ବଲ ମ୍ୟାଚରେ ବିଏସଏଫ ଦଳ ସହିତ ଖଇରିପୁଟ ଗ୍ରାମର ସହିଦ ବୀର ଲକ୍ଷ୍ମଣ ନାୟକ କ୍ଲବ ଯୁବକମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ମ୍ୟାଚରେ ଖଇରିପୁଟ ଗ୍ରାମ ବିଜୟ ହୋଇଥିଲା । ଖଇରିପୁଟ ପଞ୍ଚୟତ ର ସରପଞ୍ଚ ଏବଂ କମାଣ୍ଡର ଯଶୋବନ୍ତ ସାମଲ ବିଜେତା ଦଳକୁ ଭଳି ବଲ ଓ ନେଟ ପ୍ରଦାନ କରିଥିଲେ। ବିଏସଏଫର ଏପରି କାର୍ଯ୍ୟକ୍ରମ କୁ ପଞ୍ଚାୟତର ଲୋକେ ପ୍ରଶଂସା କରିବା ସହ ଆଧୁନିକ ଭାରତ ନିର୍ମାଣରେ ସହାୟକ ହେବେ ବୋଲି ସହମତି ଦେଇଥିଲେ । ଏହି ଖେଳକୁ ବିଏସଏଫ ଖଇରିପୁଟ କ୍ୟାମ୍ପର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ । ଆଦର୍ଶ ବିଦ୍ଯାଳୟର ଦଶ ଜଣ ଶିକ୍ଷକ ଓ ୧୮୦ ଜଣ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ଯକ୍ରମରେ ଯୋଗଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)