ବିଏମସି କମିସନର ଭାବରେ ଦାୟିତ୍ବ ନେଲେ ସିଦ୍ଧେଶ୍ବର ବଳିରାମ ।

ବ୍ରହ୍ମପୁର,୧୨/୦୯(ପିପିଟି);ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ ପରେ ବିଏମସି କମିସନର ଥିବା ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି ହୋଇଛି । ଆଇଏଏସ୍ ଅଧିକାରୀ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ବିଏମସି କମିସନର ଭାବରେ ଶୁକ୍ରବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ସହିତ ବିଡିଏ ଉପାଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୬ ବ୍ଯାଚ୍ ଆଇଏଏସ୍ ସିଦ୍ଧେଶ୍ବର ବଳିରାମ ରାୟଗଡା ଜିଲ୍ଲାର ଗୁଣପୁର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ ।ଶୁକ୍ରବାର ଦିନ ସେ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଠାରୁ ଉଭୟ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବା ପରେ ଲୋକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବେ ବୋଲି ସିଦ୍ଧେଶ୍ବର ବଳିରାମ ବୋନ୍ଦାର କହିଛନ୍ତି ।

Comments (0)
Add Comment