ବିଏଡ଼ କଲେଜରେ ବାର୍ଷିକ ଉତ୍ସବ ଉଦଯାପିତ ।

ଭଞ୍ଜନଗର, ୧୯/୦୨(ପିପିଟି ):କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ଭଞ୍ଜନଗର ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ୍ ଟ୍ରେଜେରୀ ଅଫିସର୍ ରଞ୍ଜନ କୁମାର ଉଲ୍ଲାକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନ ର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆ କ୍ରୀଡ଼ା ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଯାପନ କରିବା ସହିତ ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ସଭାରେ ସଭାପତିତ୍ବ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରାୟ ୨୬ ଗୋଟି ଖେଳ ଖେଳାଯାଇଥିଲା ଏବଂ ପ୍ରାୟ ୧୪୦ ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ କୃତିତ୍ୱ ଅର୍ଜନ କରିଛନ୍ତି। କ୍ରୀଡ଼ା ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ଅମିତ୍ ମିଶାଲ, ଡକ୍ଟର ରଞ୍ଜନ କୁମାର ନାୟକ ଏବଂ ଶ୍ରୀ ଶ୍ରୀହର୍ଷ ବାଲା କ୍ରୀଡ଼ା ପ୍ରତିଯୋଗିତା ର ସଫଳ ଆଯ୍ୟୋଜନ କରିଥିଲେ। ଏଥିରେ ଅନୁଷ୍ଠାନର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ପ୍ରକାଶ କୁମାର ସାହୁ, ଶ୍ରୀମତି ସସ୍ମିତା ବେହେରା, ଡକ୍ଟର ସତ୍ୟବାଦୀ ମାର୍ଥା, ଡକ୍ଟର ବାବୁରାମ ପାଣି,ଶ୍ରୀ କେ. ପ୍ରକାଶ ରେଡ଼ି, ଶ୍ରୀ ଅଶ୍ଵିନୀ କୁମାର ସାହୁ,ଶ୍ରୀ ଅକ୍ଷୟ କୁମାର ସେଠୀ, ଶ୍ରୀମତି ବନଲତା ସାମଲ ତଥା ଅନୁଷ୍ଠାନ ର ଅଣଶିକ୍ଷକ କର୍ମଚାରୀ ଶ୍ରୀମତି ଜ୍ୟୋତ୍ସ୍ନା କର,ଶ୍ରୀ ମାନସ ସାଗର ବେହେରା,ଶ୍ରୀ ମହେଶ କୁମାର ପଟ୍ଟନାୟକ,ଶ୍ରୀ ଅକ୍ଷୟ କୁମାର ସାହୁ,ଶ୍ରୀ ଏମ୍. ରମେଶ କୁମାର , ରଙ୍କନିଧି ସାହୁ ଏଵଂ ମନୁ ନାୟକ ଏବଂ କ୍ରୀଡ଼ା ସେକ୍ରେଟାରୀ ଓମ୍ ପ୍ରକାଶ ମହାନ୍ତି , ଜଏଣ୍ଟ ସେକ୍ରେଟାରୀ ଜଗଦିଶ ପ୍ରଧାନ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ । ପରିଶେଷରେ ମୁଖ୍ୟ ଅତିଥିଙ୍କ ଦ୍ଵାରା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତାର ଆନୁଷ୍ଠାନିକ ଉଦଯାପନ ଘୋଷଣା କରିଥିଲେ ।

ରିପୋର୍ଟ୍ -(‎ଜେ.କେ ପଟ୍ଟନାୟକ)

Comments (0)
Add Comment