ବିଏଡ଼ କଲେଜରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ।

ଭଞ୍ଜନଗର, ୨୮/୦୨(ପିପିଟି):ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ଆକାଂକ୍ଷା କୁ ସାକାର କରିବା ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସାରା ଦେଶରେ କାର୍ଯ୍ୟକାରୀ ହେଉଅଛି।ସେହିପରି ଶୁକ୍ରବାର ଭଞ୍ଜନଗର ଶିକ୍ଷକ ଶିକ୍ଷା ମହା ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୋଟିଏ ଛାତ୍ରାବାସ ଏବଂ ଗୋଟିଏ ଛତ୍ରୀ ନିବାସର ଉଦଘାଟନ କରିଛନ୍ତି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ପରେ କଲେଜ ଅଧ୍ୟକ୍ଷ ଡ଼. ବିମଳ କୁମାର ସ୍ୱାଇଁଙ୍କ ଉଦ୍ୟମରେ ସଭାଗୃହ ରେ ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ବିକଶିତ ଭାରତ ଉପରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ,ଡ଼. ପ୍ରମୋଦ କୁମାର ପୃଷ୍ଟି, ଡ଼ ସିଦ୍ଧାର୍ଥ ଶେଖର ପାଢ଼ୀ, ଲାଲ ସିଂ ସରପଞ୍ଚ ଶିବରାମ ସାହୁ,ଲଷ୍ମୀଧର ବେହେରା, ସୁରେଖା ସୁନ୍ଦରୀ ସ୍ୱାଇଁ,ପ୍ରେମ ସିଂ,ପ୍ରଫେସର ମନୋଜ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ସେଠି,ଭବାନୀ ଶଙ୍କର ବେହେରା ମଞ୍ଚାସିନ ଥିଲେ।ପ୍ରଥମ ଅଧିବେଶନରେ ୨ଟି କଲେଜ ଅଧ୍ୟକ୍ଷ ଓ ପ୍ରଫେସରଙ୍କ ଦ୍ଵାରା ପ୍ରସ୍ତୁତ ୨ଟି ବହି ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।ଧନ ସମ୍ପତ୍ତି ଦ୍ୱାରା ନୁହେଁ ଦେଶର ଉନ୍ନତ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବିକଶିତ ଭାରତ ଗଠନ ସମ୍ଭବ।ତେଣୁ ତୃଣ ମୂଳ ସ୍ତରରେ ଶିକ୍ଷାର ମୂଳଦୁଆ ମଜବୁତ କରିବାକୁ ପଡ଼ିବ ଏବଂ ଆଞ୍ଚଳିକ ଭାଷାର ବହୁଳ ବ୍ୟବହାର ଯୋଗୁଁ ଶିକ୍ଷାର ବିକାଶ ଘଟିବ।ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଚଳନ ହେବା ଫଳରେ ଆମର ସଂସ୍କୃତି ଓ ଜାତୀୟତାକୁ ନେଇ ଭାରତବର୍ଷ ବିଶ୍ୱରେ ବିଶ୍ୱଗୁରୁ ଭାବେ ପରିଚିତ ହୋଇପାରିବ ବୋଲି ଅତିଥିମାନେ କହିଥିଲେ।ସେହିପରି ନରେନ୍ଦ୍ର ମୋଦି ୨୦୧୪ମସିହାରେ ପ୍ରଧାନମନ୍ତ୍ରୀ ହେବା ଠାରୁ ବିକଶିତ ଭାରତ ଓ ୨୦୪୭ସୁଦ୍ଧା ବିଶ୍ୱ ଗୁରୁ ଭାବେ ପରିଚୟ ପ୍ରଦାନ ଲକ୍ଷରେ ଯୋଜନା ପ୍ରସ୍ତୁତ କରାଯାଇଛି।ସେହିପରି ଏହି କଲେଜର ପ୍ରତିଷ୍ଠାତା ସ୍ବର୍ଗତ ସୋମନାଥ ରଥଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ।ଏଥିରେ କଲେଜର ସମସ୍ତ ପ୍ରଫେସର, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment