ବିଏଚଏଏସରେ ୩୪ ହିତାଧିକାରୀଙ୍କୁ ଜାଗା ଆବଣ୍ଟନ ।

ଭଞ୍ଜନଗର, ୧୯/୧୦(ପିପିଟି):ଭଞ୍ଜନଗର ସ୍ଥିତ ଗ୍ରୀଟ କାର୍ଯ୍ୟାଳୟ ଠାରେ ବାଉଁଶଲୁଣ୍ଡି ଗୃହ ନିର୍ମାଣ ଯୋଜନାରେ ୧୯୯୮ମସିହାରୁ ଜାଗା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କୁ ଜାଗା ଆବଣ୍ଟନ କରାଯାଇଛି।ଡେପୁଟି କଲେକ୍ଟର କଳା କୃଷ୍ଣ ପ୍ରଧାନ, ଗ୍ରୀଟର ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଗ୍ରୀଟ ସମ୍ପାଦକ ସୁଧାଂଶୁ ଶେଖର ପଟ୍ଟନାୟକ, ଆଇନ ପରାମର୍ଶଦାତା ପୂର୍ଣ୍ଣଚନ୍ଦ୍ର ସୁବୁଦ୍ଧିଙ୍କ ଉପସ୍ଥିତରେ ଲଟେରୀ ମାଧ୍ୟମରେ ଦୁଇଟି ଶ୍ରେଣୀରେ ମୋଟ ୩୪ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଛି।ଉଭୟ ଶ୍ରେଣୀରେ ୨୬ଟି ଲେଖାଏଁ ପ୍ଲଟ ଥିବା ବେଳେ ଏଲଆଇଜିରେ ୧୪ଜଣ ଓ ଏମଆଇଜିରେ ୧୯ଜଣ ଜାଗା ପାଇଛନ୍ତି।ବାକି ଥିବା ପ୍ଲଟ ଗୁଡିକ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ମାନଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ରିପୋର୍ଟ୍ – ଜୟକୃଷ୍ଣ ପଟ୍ଟନାୟକ

Comments (0)
Add Comment