ବାହାରେ ପରିଶ୍ରା କଲେ ଜୋରିମନା ଅଦାୟ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ବେଲଗୁଣ୍ଠା ବଣିକ ସଂଘର ଦାବି ପତ୍ର ।

ବେଲଗୁଣ୍ଠା,୨୬/୦୩(ପିପିଟି);ବେଲଗୁଣ୍ଠା ସହରରେ ସ୍ୱଛତା ବଜାୟ ରଖିବା ପାଇଁ ପ୍ରଶାସନ ତରଫରୁ ବହୁ ପଦକ୍ଷେପ ନିଆଯାଇଛି ।ବାହାରେ ପରିଶ୍ରା ନ କରିବା, ଏଣେତେଣେ ଅଳିଆଆବର୍ଜନା ନ ପକାଇ ଆବର୍ଜନା ସଂଗ୍ରହ ପାଇଁ ଆସୁଥିବା ଗାଡିରେ ଆବର୍ଜନା ପକାଇବା ଆଦି ନେଇ ପ୍ରଶାସନ ତରଫରୁ ସହରବାସୀଙ୍କୁ ସଚେତନ କରାଯାଉଛି । କିନ୍ତୁ କିଛି ଅମାନିଆ ସଚେତନ ନ ହୋଇ ବାହାରେ ଅଳିଆଆବର୍ଜନା ପକାଉଛନ୍ତି ଏବଂ ସ୍ୱଛତାକୁ ଧ୍ୟାନ ଦେଉନଥିବା ଲକ୍ଷ୍ୟ କରାଯାଇଛି । ଏଥିପାଇଁ ପରିଷଦ ତରଫରୁ ମଧ୍ୟ ଜୋରିମନା ଆଦାୟ ହେଉଛି । କିଛି ଦିନ ତଳେ ଖୋଲାରେ ପରିସ୍ରା ବସିଲେ ପରିଷଦ ତରଫରୁ ୨୦ଟଙ୍କା ଲେଖାଏଁ ଜୋରିମନା ଆଦାୟ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।କିନ୍ତୁ ବେଲଗୁଣ୍ଠା ସହରରେ ଜନଗହଳି ପୁର୍ଣ୍ଣ ସ୍ଥାନ ମାନଙ୍କରେ ପରିସ୍ରା କରିବା ପାଇଁ ପରିଷଦ ତରଫରୁ କୌଣସି ସୁବିଧା କରାଯାଇନାହିଁ ।ଦେଢ଼ ବର୍ଷ ପୁର୍ବେ ପରିଶ୍ରା କରିବା ପାଇଁ ବେଲଗୁଣ୍ଠା ହାଟପଦା, ସିନେମା ହଲ୍ ଛକ ଓ ପୋଷ୍ଟ ଅଫର ନିକଟରେ ଉଠା ପରିଶ୍ରା ଗାର ପରିଷଦ ତରଫରୁ ବସାଯାଇଥିଲା । କିନ୍ତୁ ଉକ୍ତ ପରିଶ୍ରାଗାର ଗୁଡିକ ଅତ୍ୟନ୍ତ। ନିମ୍ନ ମାନର ହୋଇଥିବାରୁ ପ୍ରାୟ ୬ ମାସରୁ ଉର୍ଦ୍ଧ୍ବ ହେବ କାମରେ ଆସୁନଥିବା ଜଣାପଡିଛି ।ବେଲଗୁଣ୍ଠା ସହର ବାଣିଜ୍ୟର ପେଣ୍ଠ ସ୍ଥଳୀ ହୋଇଥିବାରୁ ପ୍ରତିଦିନ ବହୁଲୋକ ସହରକୁ ଯିବା ଆସିବା କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠା ବଣିକ ସଂଘ ତରଫରୁ ଜୋରିମନା ଯେ ପର୍ଯ୍ୟନ୍ତ ପରିଷଦ ତରଫରୁ ପରିଶ୍ରା କରିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ ସେ ପର୍ଯ୍ୟନ୍ତ ଜୋରିମନା ଆଦାୟ ନ କରିବାକୁ ବଣିକସଂଘ ତରଫରୁ ଏକ ଦାବୀ ପତ୍ର ବେଲଗୁଣ୍ଠା ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ରଙ୍କୁ ପ୍ରଦାନ କରାଯାଇଛି ।ଆଜି। ବେଲଗୁଣ୍ଠା ବଣିକସଂଘ ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବଣିକସଂଘ ସଦସ୍ୟ ମାନେ ବେଲଗୁଣ୍ଠା ନୀର୍ବାହି ଅଧିକାରୀଙ୍କୁ ଲିଖିତ ଆକାରରେ ଏହି ଦାବି ପତ୍ର ପ୍ରଦାନ କରିଥିଲେ ।ବେଲଗୁଣ୍ଠା ସହରର ପ୍ରତି ଛକରେ ଶୌଚାଳୟ ଓ ସର୍ବସାଧାରଣ ପରିଶ୍ରା ଗାର ତିଆରି କରିବା ପାଇଁ ବଣିକସଂଘ ତରଫରୁ ଅନୁରୋଧ କରାଯାଇଛି ଏବଂ ତା ପରେ ଜୋରିମନା ଆଦାୟ କରାଯାଉ ବୋଲି ସଂଘ ତରଫରୁ ଦାବି କରାଯାଇଥିବା ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ନୀର୍ବାହି ଅଧିକାରୀ ଏହାକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର,ଉପସଭାପତି ସନ୍ନତ କୁମାର ସୁବୁଦ୍ଧି, ସହ-ସମ୍ପାଦକ ପ୍ରଭାତ କୁମାର ସାହୁ କୋଷାଧ୍ୟକ୍ଷ ବୁଲୁ ପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment