ବାସୁଦେବପୁରରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ ।

ବାସୁଦେବପୁର,୨୦/୦୪: ସହୀଦ ତ୍ରିର୍ଥଯାତ୍ରୀ ପକ୍ଷରୁ ଜାତୀୟକବି ବାଞ୍ଛାନିଧି ମହାନ୍ତିଙ୍କ ୧୨୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ତ୍ରିର୍ଥ ଯାତ୍ରୀର ମୁଖ୍ୟ ବୈଲୋଚନ ଜେନାଙ୍କ ନେତୃତ୍ବରେ ଆୟୋଜିତ ଜୟନ୍ତୀ ଉତ୍ସଵ ପାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ସ୍ବାଇଁ ଜାତୀୟ ପତାକା ଉତୋଳନକରି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ସାହିତ୍ୟିକା ଝରଣା ପଟନାୟକ,ସମ୍ମାନିତ ଅତିଥି କବି ରତ୍ନାକର ବାରିକ, ସୁଧାଂଶୁ ଶେଖର ମିଶ୍ର, ମିରାଶ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ କବିଙ୍କ ତ୍ୟାଗପୁତ ଓ ଦେଶ ସେବାର ଜୀବନକୁ ମନେପକାଇଥିଲେ। ସାହିତ୍ୟ ଅନୁଷ୍ଠାନ ସ୍ରଷ୍ଟା ସୃଷ୍ଟି ପକ୍ଷରୁ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅନୁଷ୍ଠାନର ପ୍ରହଲ୍ଲାଦ ବାରିକ, ନାରାୟଣ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment