ବାଳସିହଁ ଗ୍ରାମରେ ଟାଟା କମ୍ପାନୀ ଦ୍ୱାରା ମଧୁର ପାନୀୟଜଳ ପ୍ରକଳ୍ପର ବିଧାୟକଙ୍କ ଦ୍ଵାରା ଶିଳାନ୍ୟାସ।

ବୋଲଗଡ଼,୧୭/୧୨(ପିପିଟି);ବୋଲଗଡ଼ ବ୍ଲକର ସାଗରଗୁଆଁ ଗ୍ରାମ ପଞ୍ଚାୟତର ବାଳସିହଁ ଗ୍ରାମରେ ପାନୀୟ ଜଳରେ ମାତ୍ରାଧିକ ଫ୍ଳୋରାଇଡିନ ରହିଥିବା ହେତୁ ଏହି ଜଳକୁ ଗ୍ରାମବାସୀ ବ୍ୟବହାର କରୁଥିବାରୁ ଯୁବକ ବୟସରୁ ବୃଦ୍ଧ ଭଳି ଦେଖାଯିବା, ଦାନ୍ତଗୁଡିକ ନାଲିପଡିଯିବା ଓ ବିଭିନ୍ନ ଅଜଣା ରୋଗରେ ପୀଡିତ ହେଉଛନ୍ତି। ମଧୁର ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଏହି ଗ୍ରାମବାସୀ। ଆଜି ଦିନ ଗୋଟାଏ ବେଳେ ବୋଲଗଡ଼ ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଦୁଇ ହଜାର ଲିଟର ବିଶିଷ୍ଟ ମଧୁରପାନୀୟ ଜଳ ପ୍ରକଳ୍ପକୁ ଶୁଭ ଉଦ୍‌ଘାଟନ କରିଛନ୍ତି। ଉକ୍ତ ପାନୀୟଜଳ ପ୍ରକଳ୍ପଟି ଟାଟା କମ୍ପାନୀରୁ ଦିଆଯାଇଥିବା ବେଳେ ଏହାକୁ ବିଧାୟକ ଉଦ୍‌ଘାଟନ କରିଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment