ବାଳକୃଷ୍ଣପୁର ଠାରେ ” ଗୁରୁଙ୍କ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ।

ବ୍ରହ୍ମପୁର,୦୫/୦୯(ପିପିଟି): ପ୍ରତିବର୍ଷଭଳି ଏହି ବର୍ଷ ମଧ୍ୟ ବାଳକୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ଗୁରୁଦିବସ ଅବସରରେ ” ଗୁରୁଙ୍କ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶିରେଖା ମଲ୍ଲିକଙ୍କ ତତ୍ୱାଧନାରେ ବାଳକୃଷ୍ଣପୁର ଗ୍ରାମରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରାଯାଇଥିଲା । ପ୍ରଥମେ ବିଦ୍ୟାଳୟରେ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ଗୁରୁ ଦିବସ ପାଳନ କରାଯାଇଥିଲା । ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଛାତ୍ରୀଛାତ୍ର,ସମିତିସଭ୍ୟ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ବାସ ଭବନକୁ ଯାଇ ତାଙ୍କୁ ଗୁରୁଦିବସ ଅବସରରେ ସମ୍ମାନିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଲାଞ୍ଜିଆ ସମିତିସଭ୍ୟ କାହ୍ନୁ ଚରଣ ପାତ୍ର ଯୋଗଦାନ କରି ଛାତ୍ରୀଛାତ୍ର ମାନଙ୍କୁ ଗୁରୁଶିଷ୍ୟ ମାନଙ୍କ ସମ୍ପର୍କ ବିଷୟରେ ଉପଦେଶ ଦେବା ସହିତ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରାମମୋହନ ପତି, ଜେ ରମେଶ ଚନ୍ଦ୍ର ସେନାପତି ଶିକ୍ଷୟତ୍ରୀ କଲ୍ୟାଣୀ ତ୍ରିପାଠୀ ଓ ଶିଶୁ ସେବିକା ଜୟନ୍ତୀ ଗୌଡ଼ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିବା ହେତୁ ଶିକ୍ଷକ ଜି ଟୁନା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀଛାତ୍ର ସ୍ୱାତୀ ପଟ୍ଟନାୟକ,ରଶ୍ମିତା ଡାକୁଆ, ଇଶ୍ମିତା ସାହୁ,ଆକ୍ସିତା ମହାରଣା, ଅର୍ପିତା ମହାରଣା,ଦୀପକ ସାହୁ , ରୁଦ୍ରମାଧବ ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Comments (0)
Add Comment