ବାଲ୍ୟ ବିବାହ ମୁକ୍ତ ଗଠନ କରିବା ପାଇଁ ସଚେତନ ବାର୍ତ୍ତା ଓ ଶପଥ ଗ୍ରହଣ ଉତ୍ସବ ଆୟୋଜନ ।

ଭାପୁର,୦୯/୦୪(ପିପିଟି): ସମାଜରେ ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିଲା ବେଳେ ସଚେତନତା ର ଅଭାବ ଯୋଗୁଁ ଅଦ୍ୟାବଧି ବାଲ୍ୟ ବିବାହ ଭଳି ସାମାଜିକ ବ୍ୟାଧି ଜାରି ରହିଛି ।ନୟାଗଡ ଜିଲ୍ଲା ପ୍ରଶାସନର ପରାମର୍ଶ କ୍ରମେ ଭାପୁର ବ୍ଲକରେ ରାକମା ଓ ବାଘୁଆ ପାଲ୍ଲୀ ଗ୍ରାମ ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ଭାପୁର ସମନ୍ବିତ ଶିଶୁ ବିକାଶ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀଙ୍କ ତରଫରୁ ରାକମା ହାଇ ସ୍କୁଲ ଓ ଏମ ଇ ସ୍କୁଲ ପ୍ରାଙ୍ଗଣରେ ଆଜି ସକାଳ ୯ଟା ରୁ ପ୍ରାୟ ୧୩୦ ଛାତ୍ର ଛାତ୍ରୀ ପୃଥକ ଭାବେ ଦୁଇଟି ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ସଚେତନ ଶିବିର ପ୍ରଧାନ ଶିକ୍ଷକ ଗିରିଶ କୁମାର ମାର୍ଥା ଓ ଭଗବାନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଚେତନ ଶିବିରରେ ଶିଶୁ ସୁରକ୍ଷା,ଶିଶୁ ଅଧିକାର,ଶିଶୁର ସ୍ୱାସ୍ଥ୍ୟ ଓ ଶିକ୍ଷାଧିକାର, ବାଲ୍ୟ ବିବାହର କାରଣ ,ଏହାର ଦୁର୍ଗତି ଓ ନିରାକାରଣ ସମ୍ପର୍କରେ ଆଲୋଚକ ମାନେ ଆଲୋଚନା କରିଥିଲା ବେଳେ ଛାତ୍ର ଛାତ୍ରୀମାନେ ଛାମୁଆ ଭାଗରେ ସଚେତନ ରହି ଅନ୍ୟ ମାନଙ୍କୁ ସଚେତନ କରି ବାକୁ ପରାମର୍ଶ ଦେଇଥିଲେ। ରାକମା ଗ୍ରାମ ପଞ୍ଚାୟତକୁ ଏକ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଗଠନ ଦିଗରେ ସମସ୍ତ କାର୍ଯ୍ୟ କରିବାକୁ ଦୃଢୋକ୍ତି ସହ ଶପଥ ଗ୍ରହଣ କରିଥିଲେ।ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇ ଲକ୍ଷକୁ ପୁରଣ କରିବାକୁ ପରାମର୍ଶ ଦେବାରେ ସାଧାରଣରେ ସକାରାତ୍ମକ ପ୍ରଭାବ ମଧ୍ୟ ପଡିଛି।
ଏହି ସଚେତନ ଶିବିରରେ ଆକ୍ସନ ଏଡ଼ର ବ୍ଲକ ସଂଯୋଜକ ସୁରେଶ ସ୍ବାଇଁ,ସ୍ବେଛାସେବୀକା ଅଶାନ୍ତି ପରିଡା,ଶିକ୍ଷକ ମନୋଜ କୁମାର ଶୁକ୍ଳ,ଶରତ ଚନ୍ଦ୍ର ବେହେରା, ବାସୁଦେବ ବେହୁରା,ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ରାଉତ,ପ୍ରଭାତୀ ଦାସ, ସଂଧ୍ୟାରାଣୀ ସ୍ବାଇଁ,ପ୍ରିୟଙ୍କା ସାହୁ, ନିହାରିକା ପଣ୍ଡା ପ୍ରମୁଖ ଆଲୋଚନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment