ବାଲ୍ୟବିବାହ କୁ ନା କହିବା’ ସ୍କୁଲ ଯିବାକୁ ହଁ କହିବା ପାଇଁ ଯୁବ ସ୍ବେଛାସେବୀଙ୍କ ଶପଥ।

ଭାପୁର,୨୨/୦୬(ପିପିଟି):ବାଲ୍ୟବିବାହକୁ ପ୍ରତିରୋଧ କରି ବାପାଇଁ ଆକ୍ସନ ଏଡ଼ ଇଣ୍ଡିଆ ତରଫରୁ ରାକମା ଗ୍ରାମ ପଞ୍ଚାୟତର ସଭା ଗୃହରେ ବ୍ଲକ ରିସୋର୍ସ ସେଣ୍ଟରର ଏକ ଆଲୋଚନା ସଭା ଯୁବ ସ୍ବେଛାସେବୀ ଦାଶରଥି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ରାକମା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଯୁବ ସ୍ବେଛାସେବୀ ମାନେ ଯୋଗଦେଇ ଥିବାବେଳେ ଆକ୍ସନ ଏଡ଼ର ଜିଲ୍ଲା ସଂଯୋଜିକା ଇପ୍ସିତା ଅଗ୍ରୱାଲା ବାଲ୍ୟବିବାହ ଭଳି ଏକ ସାମାଜିକ ଅପରାଧକୁ ପ୍ରତିରୋଧ ପାଇଁ ଯୁବସମାଜ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।ବାଲ୍ୟବିବାହ ନିଷେଧ ପାଇଁ ଥିବା ବିଭିନ୍ନ ଆଇନର ଉପଯୋଗ, ସରକାରୀ ଅଧିକାରୀଙ୍କ ଭୂମିକା ଉପରେ ଆଲୋକ ପାତ କରିବା ସହ ବିଭିନ୍ନ ବର୍ଗର ଜନ ସମାଜକୁ ଏକାଠି କରି ଏକ ବାଲ୍ୟବିବାହ ମୁକ୍ତ ଓ ଶିଶୁ ପ୍ରିୟ ଗ୍ରାମ ପଞ୍ଚାୟତ ଗଠନ କରିବା ଯୁବ ସମାଜର ପ୍ରାଥମିକ ଦାୟିତ୍ୱ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସଂଯୋଜକ ସୁରେଶ ସ୍ବାଇଁ ଆଜିର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲା ବେଳେ ଗଣମାଧ୍ୟମର ପ୍ରତିନିଧି ପ୍ରଭାତ କୁମାର ବରାଡ଼ ବାଲ୍ୟବିବାହର ପରିଣତି ସମ୍ପର୍କରେ କହିଥିଲେ।ପଞ୍ଚାୟତର ସ୍ବେଛାସେବୀ ଅଶାନ୍ତି ପରିଡା ଓ ଅସୀମା ବେଉରିଆ ମଧ୍ୟ ଆଲୋଚନା କରିଥିଲେ।ପରିଶେଷରେ “ସ୍କୁଲ ଯିବାକୁ ହଁ ,ବାଲ୍ୟ ବିବାହ କୁ ନା” ର ବ୍ୟାପକ ପ୍ରଚାର ପାଇଁ ଯୁବ ସ୍ବେଚ୍ଛା ସେବୀ ମାନେ ଶପଥ କରିଥିଲେ।ଏକ ଆଦର୍ଶ ପଞ୍ଚାୟତ ଗଠନ ପାଇଁ ଜାତିସମାଜ,ମହିଳା ଗୋଷ୍ଠି, କିଶୋର କିଶୋରୀ ଅଙ୍ଗନୱାଡି କର୍ମୀଙ୍କୁ ଏକାଠି କରି ବାଲ୍ୟବିବାହ ବିରୋଧୀ ମଞ୍ଚ ଗଠନ,ବ୍ୟାପକ ପ୍ରଚାର,କାନ୍ଥଲେଖା ଓ ଗ୍ରାମ ପରିକ୍ରମା କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହାର ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇ ଥିଲାବେଳେ ସଭାପତି ଭାବେ ଦାଶରଥି ବେହେରା,ସମ୍ପାଦକ ଭାବେ ତାପସ ମହାରଣା ନିର୍ବାଚିତ ହୋଇଥିଲେ।ସଦସ୍ୟ ଭାବେ ରାଜକିଶୋର ନାୟକ,ସୁନୀଲ ମହାପାତ୍ର,ଶ୍ରୀମତ ବେହେରା, ମୁକେଶ ସାହୁ,ରଞ୍ଜନ ସେଠି,କାହ୍ନା ସେଠି,ମହେନ୍ଦ୍ର ବେହେରା,ଶିବ ସାହୁ,ପ୍ରଭାତ ବରାଡ଼,ପ୍ରମୁଖ ନିର୍ବାଚିତ ହୋଇଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment