ବାଲେଶ୍ବରରୁ ମମତା କୁଣ୍ଡୁ, ତିର୍ତ୍ତୋଲରୁ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ।

ଭୁବନେଶ୍ବର,୧୩/୧୦(ପିପିଟି) ଓଡିଶାରେ ଦୁଇଟି ବିଧାନସଭା ବାଲେଶ୍ବର ସଦର,ତିର୍ତ୍ତୋଲ ଉପନିର୍ବାଚନ ନଭେମ୍ବର ୩ରେ ଅନୁଷ୍ଠିତ ହେବ ।ସୋମବାର ଦିନ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବର ସଦର ବିଧାନସଭା ପାଇଁ ମମତା କୁଣ୍ଡୁ ପ୍ରାର୍ଥୀ କରିଛି । ସେହିଭଳି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।ଏଆଇସିସି ପକ୍ଷରୁ ସିଇସି ଇନଚାର୍ଜ ସାଧାରଣ ସମ୍ପାଦକ ମୁକୁଲ ୱାସନୀ ଏନେଇ ଜଣାଇଛନ୍ତି ।

Comments (0)
Add Comment