ବାଲୁକେଶ୍ବର ହାଇସ୍କୁଲରେ ସ୍କାଉଟର ଦିକ୍ଷାନ୍ତ ଦିବସ ସମାରୋହ।

ପୋଲସରା,୧୨/୦୧(ପିପିଟି) : ଆଜି ଗଂଜାମ ଜିଲ୍ଲା, ପୋଲସରା ରାଣୀପଡ଼ା ସ୍ଥିତ ବାଲୁକେଶ୍ବର ଉଚ୍ଚ ବିଦ୍ୟାଳୟ ରେ ସ୍କାଉଟ ଦିକ୍ଷାନ୍ତ ଦିବସ ସମାରୋହ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଧେଶ ଏଵଂ ଜିଲ୍ଲା ସ୍କାଉଟଗାଇଡ ସଂପାଦକ ଭାଗିରଥି ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପାଳିତ ହୋଇଯାଇଛି। ଏଥିରେ ଗଂଜାମ ଜିଲ୍ଲା ସ୍କାଉଟ ତାଲିମ କମିଶନର ବିକ୍ରମ ମହାରଣା, ରାଜ୍ୟ ପ୍ରତିନିଧି ଭାସ୍କର ମହାରଣା ଓ ସ୍କାଉଟ ଶିକ୍ଷକ ନିଳକଣ୍ଠ ମହାରଣା ପ୍ରମୁଖ ଦୀକ୍ଷାଦାତା ଭାବେ ଯୋଗଦେଇ ଅନୁଷ୍ଠାନର ଅଧ୍ୟୟନରତ ୩୨ ଜଣ ସ୍କାଉଟ ଛାତ୍ରଙ୍କୁ ଦୀକ୍ଷାଗ୍ରହଣ କରାଇଥିଲେ। ପରେ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମୁଦୁଲିଙ୍କ ସଭାପତିତ୍ଵରେ ଏକ ସଭାକାର୍ଯ୍ୟ ହୋଇଥିବାବେଳେ ଏଥିରେ ଉପରୋକ୍ତ ଅତିଥି ବିଭାଗୀୟ ତାଲିମ କମିଶନର ଓ ଶିକ୍ଷକବୃନ୍ଦ ସ୍କାଉଟ ଗାଇଡ଼ସ ସଂସ୍ଥାର, ଇତିହାସ, ସ୍ୱାଭିମାନ, ଉଦ୍ଦେଶ୍ୟ,ଭୁମିକା ଏଵଂ ଲକ୍ଷ୍ୟ ସମ୍ପର୍କରେ ସ୍କାଉଟ ଛାତ୍ରମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇବାସହ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନେ ଯୋଗଦେବାକୁ କହିଥିଲେ।କାଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରିମାନେ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ଶିକ୍ଷକ ଦିଲିପ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments (0)
Add Comment