ବେଲଗୁଣ୍ଠା,୦୮/୦୭(ପିପିଟି);ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜିତ୍ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପଞ୍ଚାୟତର ସମିତିର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢୀ ପାଢୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଢୁରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ବେହେରା, ବରିଷ୍ଠ ପ୍ରଧାନ ଶିକ୍ଷକ ଦୀପ୍ତିରଞ୍ଜନ ତ୍ରିପାଠି ଏବଂ ଉପଦେଷ୍ଟା ସୁରେନ୍ଦ୍ର ସାମଲ ମଞ୍ଚାସୀନ ଥିଲେ । ପୋଷାକ ବିତରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁମତି ପାଣିଗ୍ରାହୀ,ସ୍ଵପ୍ନା କୁମାରୀ ,ବିଜୟ ଲକ୍ଷ୍ମୀ ଦାସ ପ୍ରମୁଖ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କବିତା ଦେବୀ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସବିତା ପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡା ମାର୍ଗଦର୍ଶିକାର ଅନୁପାଳନ କରି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ କରାଯାଇଥିଲା ।
(ରିପୋର୍ଟ – ସୁଶାନ୍ତ କୁମାର ବେହେରା ।)