ମାଲକାନଗିରି ,୦୯/୦୬ (ପିପିଟି):ମାଲକାନଗିରି ଜିଲ୍ଲା ବାଲିମେଳା ନଗରରେ ଜିଲ୍ଲା ସ୍ତରୀୟ ପ୍ରାଣୀ ଧନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକ୍କା ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି,ବାଲିମେଳା ଏନ୍ଏସି ଉପନଗରପାଳ ସୁଶ୍ରୀ ରଶ୍ମୀତା ବକ୍କା , ବିଜେଡି ନଗର ସଭାପତି ମଙ୍ଗଳା ପାଙ୍ଗି ଏବଂ ବିଧାୟକ ପ୍ରତିନିଧି ସତ୍ୟ ପାଣିଗ୍ରାହୀ ଯୋଗ ଦେଇଥିଲେ ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ତ୍ରିପାଠୀ ଏବଂ ଏଡିଭିଓ ଏଲପି ଡା.ବିଜୟ କେତନ ପଟ୍ଟନାୟକ ପ୍ରମୁଖ ଯୋଗ ମେଳାର ଆଭିମୁଖ୍ଯ ସଂପର୍କରେ ମତବ୍ଯକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ମରଣୀକା ପୁସ୍ତିକା “ମାଲ୍ୟବନ୍ତ ପ୍ରାଣୀ ପ୍ରଗତି ଧାରା” ବିଧାୟକ , ସିଡ଼ିଭିଓ ଏବଂ ଅତିଥିମାନଙ୍କ କର କମଳରେ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କୋରୁକୋଣ୍ଡା ବ୍ଲକର ଛେଳି ପାଳନ କୁକୁଡ଼ା ପାଳନରେ ଯଥାକ୍ରମେ ଆର୍ଥିକ ଉନ୍ନତି ହୋଇଥିବା ମା’ ତାରିଣୀ ଏବଂ ମା’ ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବତକ ପାଳନ ଓ କୁକୁଡ଼ା ପାଳନରେ ଶ୍ରେଷ୍ଠ ଦୁଇ ଜଣଙ୍କୁ ବିଧାୟକ ଶ୍ରୀ ବାକ୍କା ସମ୍ମାନିତ କରିଥିଲେ ।ଏହାପରେ ବିଧାୟକ ଗୋମାତା ପୂଜନ କରିଥିଲେ । କାର୍ଯ୍ଯକ୍ରମକୁ ମାଲକାନଗିରି ଏଭିଏସ ଡା. ଶୁଭ୍ରାଂଶୁ ସାହୁ ପରିଚାଳନା କରିଥଲେ । ଶେଷରେ କାର୍ଯ୍ୟକ୍ରମକୁ କୋରୁକୋଣ୍ଡା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୌମ୍ୟ ରଞ୍ଜନ ଖଟୁଆ ସମସ୍ତ ମାତୃ ମଣ୍ଡଳୀ , ଚାଷୀ ଓ ଉପସ୍ଥିତ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ବ୍ଯାପି ଅନୁଷ୍ଠିତ ହେବ ବୋଲି ବିଭିଓ ଡା ଖଟୁଆ ପ୍ରକାଶ କରିଛନ୍ତି I
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)