ବାଲିପଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା,କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ।

ଦିଗପହଣ୍ଡି , ୨୨/୧୧(ପିପିଟି) : ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ ଅଧିନ ବାଲିପଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା । ବାଲିପଡ଼ା ରାଜସ୍ବ ନିରୀକ୍ଷକ ନିଜର କାମରେ ବ୍ୟସ୍ତ ଥିବା ବେଳେ ଅଫିସ କାର୍ଯ୍ୟ ଭୁଲିଯାଇଛନ୍ତି । ବାଲିପଡ଼ା ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଯେତିକି ଗ୍ରାମ ଆସୁଚି ସେହି ଗ୍ରାମର ଲୋକେ ଅଫିସ କାର୍ଯ୍ୟରେ ଆସୁଥିଲେ ମଧ୍ୟ କାର୍ଯ୍ୟାଳୟରେ ତାଲା ଝୁଲିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହା ବଡ଼ ପ୍ରଶ୍ନ ଅଫିସ କାହା ପାଇଁ ଆର ଆଈଙ୍କ ନିଜ ମନ ମାନି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ହେଲେ ସ୍ଥାନୀୟ କୁକୁଡାଖଣ୍ଡି ତହସିଲଦାର କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହିଛନ୍ତି ଯାହାଫଳରେ ତହସିଲଦାର ଏହା ଦେଖିବାରେ ଅସମର୍ଥ ରହିଛନ୍ତି । ତେବେ ଜନସାଧାରଣ ଅସୁବିଧା ଭୋଗୁଥିଲେ ମଧ୍ୟ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ତାହା ଏବେ ବଡ଼ ପ୍ରଶ୍ନ । ଆର ଆଇ ଙ୍କ ମନ ମାନି ଆସୁ କେତେ ଦିନ ଚାଲିବ ତାହା ଏବେ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।

ରିପୋର୍ଟ -ଆରତ କୁମାର ହୋତା

Comments (0)
Add Comment